ଯୁକ୍ତ ତିନି ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ ହେବ ନଭେମ୍ବର ପହିଲାରୁ
ଭୁବନେଶ୍ୱର: କୋବିଡ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମରେ ପାଠପଢା ଆରମ୍ଭ ହେବ ଆସନ୍ତା ନଭେମ୍ବର ପହିଲାରୁ । ସେହିପରି ନଭେମ୍ବର ୧୫ତାରିଖରୁ ପିଜି ପ୍ରଥମ ବର୍ଷ କ୍ଲାସ ଖୋଲିବ। କ୍ଲାସରୁମରେ ପାଠପଢ଼ା ହେବ। ଏନେଇ ସବୁ ବିଶ୍ୱବିଦ୍ୟାଳୟର କୁଳପତିଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ସାଶ୍ୱତ ମିଶ୍ର। କଲେଜ କ୍ଲାସ ସହ ହଷ୍ଟେଲ ମଧ୍ୟ ଖୋଲିବ।

ନୂଆ ଆଡ଼ମିଶନ କରିଥିବା ଛାତ୍ରଛାତ୍ରୀ କ୍ଲାସ କରିବା ପାଇଁ ଆସିପାରିବେ। କରୋନାର ଗାଇଡ଼ଲାଇନ୍ ସହ ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି। କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବେ, ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ କୁହାଯାଇଛି। କ୍ଲାସରୁମ୍, ଲାଇବ୍ରେରୀ ଓ ଲାବ୍ରଟୋରୀରେ ସାମାଜିକ ଦୂରତା ରକ୍ଷା କରିବା। କାଶ, ଛିଙ୍କ ହେଲେ ମୁହଁ ଏବଂ ନାକକୁ ରୁମାଲ ଦ୍ୱାରା ଘୋଡ଼ାଇବା ଦରକାର। ଆବଶ୍ୟକ ସ୍ଥଳେ କଲେଜରେ ଆଇସୋଲେସନ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି।












Click it and Unblock the Notifications