ଏପ୍ରିଲ ୧୬'ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ
Odisha News: ଏପ୍ରିଲ ୧୬'ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି ଏବଂ ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ ହେବା ନେଇ ସୂଚନା ରହିଛି । ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ । ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ ।

ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ ଫର୍ମ ପୂରଣ କରିବା ସମୟରେ ଛାତ୍ରଛାତ୍ରୀ ମାନେ ନିଜ ମନ ପସନ୍ଦ ଅନୁସାରେ ବିଷୟବସ୍ତୁ ଚୟନ କରି ପାରିବେ । ଗୋଟିଏ ମୁଖ୍ୟ ବିଷୟ ସହ ଦୁଇଟି ଉପବିଷୟ ବା ଦୁଇଟି ମୁଖ୍ୟ ବିଷୟ କିମ୍ବା ତିନିଟି ଉପବିଷୟ ଚୟନ କରି ପାରିବେ । ସେହିପରି ସରକାରଙ୍କ ନିଷ୍ପତ୍ତି ଅନୁସାରେ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ କରାଯିବା ସହ ସଠିକ୍ ସମୟରେ ଫଳାଫଳ ମଧ୍ୟ ଘୋଷଣା କରାଯିବ ।












Click it and Unblock the Notifications