ମାର୍ଚ୍ଚ ୧ ତାରିଖଠାରୁ ଯୁକ୍ତ ୨ ପରୀକ୍ଷା, ଫେବ୍ରୁଆରି ୧ରୁ ପ୍ରାକ୍ଟିକାଲ ଆରମ୍ଭ
ମାର୍ଚ୍ଚ ୧ ଯୁକ୍ତ ୨ ପରୀକ୍ଷା, ଫେବ୍ରୁଆରି ୧ରୁ ପ୍ରାକ୍ଟିକାଲ ଆରମ୍ଭ
ଭୁବନେଶ୍ୱର:ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ । ମାର୍ଚ୍ଚ ୧ରୁ ବିଜ୍ଞାନ, ୨ ରୁ କଳା, ବାଣିଜ୍ୟ ପରୀକ୍ଷା ହେବ । ସେହିପରି ମାର୍ଚ୍ଚ ୩ରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ । କୋଭିଡ୍ ଗାଇଡଲାଇନରେ ହେବ ସମସ୍ତ ପରୀକ୍ଷା । ଏନେଇ ଆଜି ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ସେହିପରି ଫେବ୍ରୁଆରୀ ୧ରୁ ୧୦ ତାରିଖ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ହେବ । କୋଭିଟ୍ ଗାଇଡ୍ ଲାଇନ୍ ଅନୁଯାୟୀ ପରୀକ୍ଷା ପରିଚାଳନାକୁ ଗୁରୁତ୍ୱ ଦିଆଯିବ । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁସାରେ, ମାର୍ଚ୍ଚ ୧ ତାରିଖ ଠାରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ହେବ । ସେହିପରି କଳା ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ ଏବଂ ୩ରୁ ଧନ୍ଦାମୂଳକ ଶିକ୍ଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ । ପରୀକ୍ଷା କେନ୍ଦ୍ର ଗୁଡିକ ସର୍ଭିଲାନ୍ସ ରହିବ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଆଜି ସୂଚନା ଦେଇଛନ୍ତି ।












Click it and Unblock the Notifications