ବାଲିଯାତ୍ରା ପାଇଁ ପ୍ଲଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ: ହଜାରେ ସ୍କୋୟାର ଫୁଟ୍ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡିବ
ଐତିହାସିକ ବାଲିଯାତ୍ରା ପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ।
କଟକ: ଐତିହାସିକ ବାଲିଯାତ୍ରା ପାଇଁ ପ୍ଳଟ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ପ୍ଲଟର ଦର ବଢ଼ିଛି। ଗ୍ରାହକଙ୍କୁ ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୨୦୧୯ ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ ।

ପ୍ରଥମେ ରେଜିଷ୍ଟ୍ରସନ ଓ ପରେ ନିଲାମ ପ୍ରକ୍ରିୟା ପାଇଁ ଗତକାଲି (ଶନିବାର)ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରସନ ପାଇଁ 5 ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ 3ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି । କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ପ୍ରଥମେ ରେଜିଷ୍ଟ୍ରେସନ ଫିକୁ ଆକାଶ ଛୁଆଁ କରିବା ଅନ୍ୟପଟେ ନିଲାମ ପ୍ରକ୍ରିୟାକୁ ସାମିଲ କରିବା ଯାହା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ନିରାଶ କରିଛି ।
ତେବେ ଚଳିତଥର ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ସେମନେ ଅସନ୍ତୋଷ ପ୍ରକାଶ କରିବା ସହ କେମିତି କରିବେ ବ୍ୟବସାୟ ତାକୁ ନେଇ ଏବେ ଚିନ୍ତାରେ ବ୍ୟବସାୟୀ। ଏନେଇ ଜଣେ ବ୍ୟବସାୟୀ କହିଛନ୍ତି, " ଯେତିକି ରୋଜଗାର ନୁହେଁ, ତା ଠାରୁ ଅଧିକ ଟଙ୍କାରେ ପ୍ଲଟ ନିଲାମ ହେଉଛି । ଯାହା ଆମ ପାଇଁ ସମ୍ଭପର ନୁହେଁ ।" ଯେଉଁ ନିୟମ ହୋଇଛି ତାହା ସମ୍ପୂର୍ଣ୍ଣ ଅନ୍ୟାୟ ବୋଲି ବ୍ୟବସାୟୀ କହିଛନ୍ତି।
କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ। ଏହା ପରେ ଉକ୍ତ ସ୍ଥାନର ନିଲାମ ହେବ । ଏକ ହଜାର ବର୍ଗଫୁଟ ତଳକୁ ପ୍ଲଟ ନେବା ପାଇଁ ଚାହୁଁଥିବା ବ୍ୟବସାୟୀ ଏଥିରେ ସାମିଲ ହୋଇଛନ୍ତି। ସେପଟେ କଟକ ବାରବାଟୀ ପ୍ୟାଲେସରେ ଆରମ୍ଭ ହୋଇଥିବା ଏହି ନିଲାମ ପ୍ରକ୍ରିୟାକୁ ଜିଲ୍ଲାପାଳ ତଦାରଖ କରିଛନ୍ତି ।












Click it and Unblock the Notifications