ରାଜଧାନୀରେ ଏଣିକି ପକାଇ ରଖିପାରିବେନି ଜମି, ଘର ନ କଲେ ପ୍ଲଟ୍ ହେବ ବାତିଲ
ପ୍ଲଟ କିଣିଥିଲେ 5 ବର୍ଷ ମଧ୍ୟରେ ଘର କରିବାକୁ ବାଧ୍ୟ । ବିଡିଏଠାରୁ ପ୍ଲଟ୍ ନେଇ ଘର କରି ନ ଥିଲେ ବାତିଲ୍ ହେବ ପ୍ଲଟ୍ ଆଲଟମେଣ୍ଟ। କାରଣ ପ୍ଲଟ୍ ନେବାର ୫ ବର୍ଷ ମଧ୍ୟରେ ସେହି ପ୍ଲଟରେ ଘର କରିବାର ନିୟମ ରହିଛି।
ଭୁବନେଶ୍ୱର: ଏଣିକି ଆଉ ରାଜଧାନୀରେ ପ୍ଲଟ କିଣି ଦୀର୍ଘ ଦିନ ପର୍ଯ୍ୟନ୍ତ ପକାଇ ରଖି ପାରିବେନି । ପ୍ଲଟ କିଣିଥିଲେ 5 ବର୍ଷ ମଧ୍ୟରେ ଘର କରିବାକୁ ବାଧ୍ୟ । ବିଡିଏଠାରୁ ପ୍ଲଟ୍ ନେଇ ଘର କରି ନ ଥିଲେ ବାତିଲ୍ ହେବ ପ୍ଲଟ୍ ଆଲଟମେଣ୍ଟ। କାରଣ ପ୍ଲଟ୍ ନେବାର ୫ ବର୍ଷ ମଧ୍ୟରେ ସେହି ପ୍ଲଟରେ ଘର କରିବାର ନିୟମ ରହିଛି। ହେଲେ ଅଧିକାଂଶ ଲୋକ ବିଡିଏଠାରୁ ପ୍ଲଟ୍ ନେଇ ଏଥିରେ ଘର କରୁ ନଥିବା ଦେଖିବାକୁ ମିଳିଛି । କିଛି ଲୋକ ପ୍ଲଟ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ପକାଇ ରଖି ଜମରି ଦର ବୃଦ୍ଧି ପରେ ବିକ୍ରି କରି ଦେଉଥିବା ଭଳି ଅଭିଯୋଗ ମଧ୍ୟ ହେଉଛି ।

ଏଭଳି ଘଟଣାକୁ ବିଡିଏ ଗୁରୁତର ସହ ନେଇ ପ୍ଲଟ୍ ଆବଣ୍ଟନ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛି । ବିଡିଏ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଆବଣ୍ଟନ ମାଧ୍ୟମରେ ଜମି ପାଇଥିବା ମାଲିକ ପ୍ଲଟ ପାଇବାର ୫ବର୍ଷ ମଧ୍ୟରେ ଗୃହ ନିର୍ମାଣ ନ କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏମିତି କି ଆବଶ୍ୟକ ପଡ଼ିଲେ ସେମାନଙ୍କ ପ୍ଲଟ୍ ଆବଣ୍ଟନ ରଦ୍ଦ କରାଯିବ ବୋଲି ବିଭାଗ କରିଛି।
ବିଡିଏ ପକ୍ଷରୁ ପ୍ଲଟ୍ ନେଇଥିବା ଅନେକ ଜମି ମାଲିକ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ପ୍ଲଟରେ ଘର କରିନାହାନ୍ତି । ଏଥିପାଇଁ ୨୦୧୨ ମସିହାରୁ ବିଡିଏ ପକ୍ଷରୁ ବାରମ୍ବାର ବିଜ୍ଞାପନ ଜରିଆରେ ଘର କରିବାକୁ ନୋଟିସ୍ ଜାରି କାରଯାଉଥିବା ବେଳେ ପ୍ଲଟ୍ ପାଇଥିବା ମାଲିକ ବିଡିଏ ନୋଟିସକୁ
ବେଖାତିର କରୁଛନ୍ତି । ଏମିତି କି ଅନେକ ଲୋକ ୧୦ ବର୍ଷ ପର୍ଯ୍ୟନ୍ତ ଘର ନ କରି ଏହାକୁ ଉଚ୍ଚା ଦରରେ ବିଲ୍ଡରଙ୍କୁ ବିକ୍ରିକରି ଦେଉଥିବା ଭଳି ଖବର ମଧ୍ୟ ବିଡିଏ ନଜରକୁ ଆସିଛି । ଯାହାକି ଏହି ଯୋଜନାର ନିୟମ ବିରୋଧୀ। ତେବେ ଏହି ଘଟଣାରେ ରୋକ୍ ଲଗାଇବା ଓ ନିୟମକୁ
ସଠିକ୍ ଢଙ୍ଗରେ ପାଳନ କରିବା ପାଇଁ ବିଡିଏର ୧୩୯ ତମ ସାଧାରଣ ପରଷିଦ ବୈଠକରେ ନିଷ୍ପତ୍ତି ହୋଇଛି ।












Click it and Unblock the Notifications