ଏପ୍ରିଲ ପହିଲାରୁ ରାଜ୍ୟର ସମସ୍ତ ଅଭୟାରଣ୍ୟରେ ପ୍ଲାଷ୍ଟିକ୍ ବ୍ୟାନ୍; ରୋକ୍‌ ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା। ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା ହୋଇଛି । ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ବି ରୋକ୍‌ ଲଗାଇଲେ ରାଜ୍ୟ ସରକାର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ଜାତୀୟ ଉଦ୍ୟାନ ଓ ଅଭ୍ୟାରାଣୀୟ ଓ ଇକୋ ଟୁର୍ ସାଇଟରେ ପିଇବା ପାଣି ବ୍ୟବସ୍ଥା ରହିବ। ଏମିତିକି ପର୍ଯ୍ୟଟକ ମିନେରାଲ ବୋତଲ ବି ନେଇପାରିବେନି । ଖାଇବା ଜିନିଷକୁ ଗରମ ରଖୁଥିବା ରାପର୍ସକୁ ନିର୍ଦ୍ଦଷ୍ଟ ସ୍ଥାନରେ ପକେଇବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଏନେଇ ସୂଚନା ଦେଇଛନ୍ତି । କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Plastic ban

ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯଦି ପ୍ଲାଷ୍ଟିକ ଖୋଳରେ ଖାଦ୍ୟ ନେଉଥିବେ, ଏଣେତେଣେ ପକାଇବାକୁ ମନା ହୋଇଛି । ବ୍ୟବହୃତ ପ୍ଲାଷ୍ଟିକ ଖୋଳକୁ ଡଷ୍ଟବିନ୍‌ରେ ପକାଇବାକୁ ନିର୍ଦ୍ଦେଶ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+