ସଂପର୍କ ଅନୁଷ୍ଠାନ ତରଫରୁ ସ୍ବାଧିନତା ଦିବସ ଉପଲକ୍ଷେ ଚାରା ରୋପଣ

ସଂପର୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ବାଧିନତା ଦିବସ ଉପଲକ୍ଷେ ଚାରା ରୋପଣ କରାଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଚାରା ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସପି ପିନାକ ମିଶ୍ର, ପୁରୀ ସାଂସଦ ସମ୍ବିତ ପାତ୍ର, ସମ୍ପର୍କର ସାଧାରଣ ସଂପାଦକ ସୌମେନ୍ଦ୍ର ଦାସ ମଧ୍ୟ ଯୋଗ ଦେଇଥିଲେ ।

ଆଜି ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ‌ -୨୦୨୫ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

plantation on Independence Day by sampark org puri

ଭାରତର ସ୍ୱାଧୀନତା ସଂଗ୍ରାମ ତ୍ୟାଗ, ବଳିଦାନ, ଜାତୀୟତା, ସ୍ୱଦେଶ ପ୍ରୀତି ଓ ଆତ୍ମୋତ୍ସର୍ଗର ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ ।ଦେଶର ସ୍ଵାଧୀନତା, ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଲକ୍ଷ ଲକ୍ଷ ସ୍ଵାଧୀନତା ସଂଗ୍ରାମୀ ବୀର ଏବଂ ବିରଙ୍ଗନାମାନଙ୍କୁ ମନ୍ତ୍ରୀ ମହୋଦୟ ପ୍ରଣାମ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ,କର୍ମଚାରୀ ବୃନ୍ଦ,ଜିଲ୍ଳାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ଛାତ୍ର-ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+