ପୁରୀରେ ହେବ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ଅନୁମତି

ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍‌ଡ ଏୟାରପୋର୍ଟ। ଝାରସୁଗୁଡ଼ାରେ ଆଜି ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଝାରସୁଗୁଡ଼ା: ଶ୍ରୀକ୍ଷେତ୍ର ପୁରୀରେ ହେବ ଗ୍ରୀନ ଫିଲ୍‌ଡ ଏୟାରପୋର୍ଟ। ଝାରସୁଗୁଡ଼ାରେ ଆଜି ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସେ କହିଛନ୍ତି, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।

Puri Airport

କରୋନା କାଳରେ ଦେଶର ବଡ ବଡ ବିମାନବନ୍ଦର କ୍ଷତିରେ ଚାଲିଥିବା ବେଳେ ଝାରସୁଗୁଡ଼ାରେ ଏହା ଉଲ୍ଲେଖନୀୟ ସଫଳତା ହିଁ ଆଜିର ଏହି ଶ୍ରେଷ୍ଠତ୍ଵ ପ୍ରମାଣ କରିଛି। ଆଞ୍ଚଳିକ ଯୋଗାଯାଗ ଯୋଜନାରେ ଉଡାଣ ଯୋଜନା ଆରମ୍ଭ କରି ଜଣେ ସାଧାରଣ ନାଗରିକକୁ ଉଡ଼ିବା ର ସୁବିଧା ଦେଇଥିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ବିଚକ୍ଷଣ ବିଚାର ବୋଲି ସିନ୍ଧିଆ କହିଥିଲେ।

ଏ ପ୍ରସ୍ତାବ ନେଇ ରାଜ୍ୟ ସରକାର ଯେତେ ଶିଘ୍ର ଜବାବ ଦେବେ ସେତେ ଶିଘ୍ର କାମ ଆରମ୍ଭ ହେବ ବୋଲି ସିନ୍ଧିଆ କହିଥିଲେ ।ଝାରସୁଗୁଡା ବିରସୁରେନ୍ଦ୍ର ସାଏ ବିମାନ ବନ୍ଦରର କଳେବର ବୃଦ୍ଧି ପାଇବ ବୋଲି ଆଶା ପୋଷଣ କରିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ଝାରସୁଗୁଡାରେ କାର୍ଯ୍ୟକ୍ରମରେ ଯୋଗଦେବା ସହ ଆରାଧ୍ୟ ଦେବେତା ଝାଡେଶ୍ୱରି ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅନ୍ୟ ବିଧାୟକ ସାଂସଦ ମାନେ ଉପସ୍ଥିତ ଥିଲେ ।

ସୂଚନାଥାଉ କି, ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଶ୍ରୀକ୍ଷେତ୍ରରେ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ରଖିଥିଲେ। ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର କର୍ମକର୍ତ୍ତାମାନେ ପୁରୀ ଯାଇ ଜମିର ତଦାରଖ କରିଥିଲେ। ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ସରକାର ଆଗକୁ ବଢ଼ିବେ ବୋଲି ଆଶଙ୍କା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+