ଆଜି ପବିତ୍ର ମହାଳୟା, ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

ଆଜି ପବିତ୍ର ମହାଳୟା । ପିତୃପକ୍ଷର ଅନ୍ତିମ ଦିବସ । ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗର କୂଳରେ ଭିଡ଼ ଜମିଛି । ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ପିଣ୍ଡ ଦାନ କରି ପୂଜାପାଠ କରାଯାଉଛି । ଆଶ୍ୱିନ କୃଷ୍ଣ ପ୍ରତିପଦାଠାରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ଶ୍ରାଦ୍ଧ ଓ ତିଳତର୍ପଣ । ଏହିଦିନ ନିଜ ପିତୃପୁରୁଷଙ୍କ ସହ ନିଜ ମାମୁଘର ଉଦ୍ଦେଶ୍ୟରେ ମଧ୍ୟ ଶ୍ରାଦ୍ଧ ପ୍ରଦାନ ଓ ପିଣ୍ଡଦାନ କରାଯାଇଥାଏ । ବିଶେଷ କରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟୀ, ପ୍ରପିତାମୟୀ, ମାତାମହ, ପ୍ରମାତାମହ, ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ ।

mahalaya amabasya

ପୁରୀରେ ପିଣ୍ଡ ଦାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଭକ୍ତ । ଭୁବନେଶ୍ବର ବିନ୍ଦୁସାଗର କୂଳରେ ମଧ୍ୟ ମହାଳୟା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପବିତ୍ର ପୁଷ୍କରିଣୀ କୂଳରେ ଶ୍ରଦ୍ଧାଳୁମାନେ ନିଜର ପିତୃଲୋକଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଛନ୍ତି । କୁହାଯାଏ ଏହି ପିତୃପକ୍ଷରେ ପିତୃଲୋକ ମାନବ ଲୋକଙ୍କୁ ଆସିଥାନ୍ତି । ତେଣୁ ତାଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନ କରି ସନ୍ତୁଷ୍ଟ କରାଯାଇଥାଏ ।

ପିତୃପକ୍ଷରେ ପୂର୍ବ ପୁରୁଷମାନଙ୍କ ଆତ୍ମାର ସଦଗତି କାମନା କରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ ପଞ୍ଚତୀର୍ଥ ପୁଷ୍କରିଣୀ ତଥା ମହୋଦଧିରେ ଶ୍ରଦ୍ଧାଳୁମାନେ ଶ୍ରାଦ୍ଧ ଦେଇଛନ୍ତି । ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି । ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ । ମହାଳୟାରେ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଆଜି ଶେଷ ଦିବସ ହୋଇଥିବାରୁ ଶ୍ରାଦ୍ଧ ଦେବା ଓ ପିଣ୍ଡଦାନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ଜମିଛି । କିନ୍ତୁ ଗତ କିଛି ବର୍ଷ ଧରି ବାଇଶିପାହାଚରେ ପିଣ୍ଡଦାନ ପାଇଁ କଟକଣା ଯୋଗୁ ଲୋକେ ଉତ୍ତରଦ୍ୱାର ସମେତ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ପିଣ୍ଡଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+