ପିତୃପକ୍ଷରେ ମିଳୁଛି କି ଏହି ସଙ୍କେତ; ତେବେ ଜାଣିବେ ପିତୃପକ୍ଷ ଅଛନ୍ତି ସନ୍ତୁଷ୍ଟ
Determine Pitru Paksha is Satisfied With These Key Signs: ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।

ପିତୃପକ୍ଷ ଅଛନ୍ତି କି ସନ୍ତୁଷ୍ଟ ?
୧- ଯଦି ଶ୍ରାଦ୍ଧ ଦେବା ସମୟରେ କାଉ ଆସି ଖାଦ୍ୟ ଖାଉଛି ତେବେ ଆପଣ ଜାଣିବେ ଯେ, ପିତୃ ପୁରୁଷ ସନ୍ତୁଷ୍ଟ ଅଛନ୍ତି ବୋଲି ସୂଚନା ମିଳିଥାଏ । ଯଦି ଶ୍ରାଦ୍ଧ ସମୟରେ କାଉ ଘରର ଛାତ ଉପରେ ବସିଥାଏ ବା ଗଛ ଉପରେ ବସିଥାଏ ତେବେ ଏହାର ଅର୍ଥ ହେଉଛି କି ଆପଣଙ୍କ ଘରେ ପିତୃ ପୁରୁଷଙ୍କ ଆଶୀର୍ବାଦ ରହିଛି ।
୨- ଯଦି କାଉ ଶ୍ରାଦ୍ଧ ସମୟରେ ଗାଈ ପିଠି ଉପରେ ବସି ନିଜର ଗୋଡ ଘସୁଥିବ ତେବେ ଘରେ ଖୁସି ଓ ଉତ୍ତମ ଭୋଜନ ମିଳିବାର ସୂଚନା ମିଳିଥାଏ ।
୩- ଶ୍ରାଦ୍ଧ ସମୟରେ କାଉ ପାଣି ଭିତରେ ରହିବାର ଦେଖାଯିବ ତେବେ ସେହି ଆଖ ପାଖରେ ରହୁଥିବା ଘରେ ଧନର ଆଗମନ ବହୁତ ଜଲଦି ହେବାକୁ ଯାଉଛି ବୋଲି ସଂକେତ ମିଳିଥାଏ ।
୪- ଯଦି ଶ୍ରାଦ୍ଧ ସମୟରେ ଆପଣଙ୍କ ଘରର ଆଖ ପାଖରେ କାଉ ମୁହଁରେ କିଛି କାଠି ଥିବାର ଦେଖିଲେ ପିତୃ ପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ଥିବାର ସଙ୍କେତ ମିଳିଥାଏ ।
୫- ଯଦି କାଉ ଶ୍ରାଦ୍ଧ ଦିଆ ଯାଇଥିବା ଖାଦ୍ୟକୁ ଗ୍ରହଣ କରି କୂଅ ବା ନଦୀ ପାଖରେ ଯାଇ ବସିଥାଏ ତେବେ ଆପଣଙ୍କର ହଜିଥିବା କୌଣସି ଜିନିଷ ମିଳିବାର ସୂଚନା ମିଳିଥାଏ । ଯଦି ଶ୍ରାଦ୍ଧ ସମୟରେ କାଉ ବାମ ପଟେ ଆସି ଭୋଜନ ଗ୍ରହଣ କରିଥାଏ ତେବେ ଯାତ୍ରା ବିନା ବାଧାରେ ସମ୍ପନ୍ନ ହୋଇଥାଏ ।
ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ । ଯାହାଫଳରେ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି ।
କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା ।
ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।












Click it and Unblock the Notifications