ପୀତବାସ ପଣ୍ଡା ହତ୍ୟା; ମୋତେ ଫସେଇ ଦିଆଯାଇଛି କହିଲେ ବିକ୍ରମ ପଣ୍ଡା

ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ ଦିଆଯାଇଛି ବୋଲି ସଫେଇ ଦେଇଛନ୍ତି । ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଜି ଏମକେସିଜି ମେଡିକାଲ ଯାଉଥିବା ବେଳେ ଏଭଳି ବୟାନ ଦେଇଛନ୍ତି ପୂର୍ବତନ ବିଧାୟକ ।

Vikram Panda

ତାଙ୍କ କହିବା ଅନୁସାରେ, "ମୁଁ ନିର୍ଦ୍ଦୋଷ, ଅଯଥାରେ ଉଦ୍ଦେଶ୍ୟମୂଳକ ଭାବେ ଫସା ଯାଇଛି । ମୋତେ ଓ ବିଜେଡିକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏସବୁ କରାଯାଉଛି । ମୋତେ ୪ ମାସ ହେଲା ଜେଲରେ ରଖାଯାଇଛି । ତଥାପି ଅସୁବିଧା କରାଯାଉଛି । ହେଲେ ନ୍ୟାୟପାଳିକା ଉପରେ ମୋର ପୁରା ଭରସା ରହିଛି, ନ୍ୟାୟ ପାଇବି ।"

ପ୍ରକାଶଥାଉକି, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍‌ରେ ଅଛନ୍ତି ବିକ୍ରମ ପଣ୍ଡା । ଆଜି ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ MKCG ମେଡିକାଲ୍‌ ନିଆଯାଇଥିଲା । କଡ଼ା ସୁରକ୍ଷା ବଳୟରେ ଜେଲ୍‌ରୁ ମେଡିକାଲ୍‌ ନିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+