ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି: ୨ ଯବାନଙ୍କ ସହ ୭ ଜଣଙ୍କୁ ଅଟକ ରଖି ପଚରାଉଚରା

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ବିତିଛି ୪ ଦିନ । ତଥାପି କିଏ ମୁଖ୍ୟ କାର୍ପଟଦାର ସେନେଇ ପତ୍ତା ମିଳିନି । ସବୁ ଦିଗରୁ ପୁଲିସ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ୨ ଯବାନଙ୍କ ସମେତ ୭ ଜଣଙ୍କୁ ପୁଲିସ ଅଟକ ଥିବା ସୂଚନା ମିଳିଛି। ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍‌ ପୁଲିସ ସଂଗ୍ରହ କରିଛି । ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ତେବେ ସେମାନଙ୍କ ସଂପୃକ୍ତି ଥିବା କି ନେଇ ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି ।

ସୂଚନା ଥାଉକି, କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସଙ୍କୁ ହତ୍ୟା ହୋଇଥିଲା । ବ୍ରହ୍ମପୁର ଟାଉନ୍‌ ଏସ୍‌ଡିପିଓ ପ୍ରିୟସ୍‌ ରଞ୍ଜନ ଛୋଟରାୟ ତଦନ୍ତ ଭାର ନେଇଛନ୍ତି । ବୈଦ୍ୟନାଥପୁର, ଟାଉନ୍‌, ବଡ଼ବଜାର, ନିମଖଣ୍ଡି, ଗୋଳନ୍ଥରା ଥାନାର ବଛା ବଛା ପୁଲିସ ଅଧିକାରୀମାନେ ଏହି ଘଟଣାର ଅପରାଧୀଙ୍କୁ ଧରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସିସିଟିଭି ଫୁଟେଜ୍‌ ପାଇବା ପରେ ଖୁବ୍‌ ଶୀଘ୍ର ଅପରାଧୀ ନିକଟରେ ପୁଲିସ ପହଞ୍ଚିବ ବୋଲି ଆଶା କରାଯାଉଛି । ଦେଶୀ ପିସ୍ତଲରୁ ଗୁଳି କରାଯାଇଥିବା ଜଣାଯାଇଛି । ୬ଟି ଟିମ୍‌ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି ।

Pitavas Panda Murder Mystery 7 people including 2 jawans detained for questioning

ବ୍ରହ୍ମପୁର ଏସ୍‌ପି ଓ ବୈଦ୍ୟନାଥପୁର ଥାନା ଆଇଆଇସି ବୈକୁଣ୍ଠନଗର ସ୍ଥିତ ପୀତବାସ ପଣ୍ଡାଙ୍କ ଘରେ ପହଞ୍ଚି ପୁଅ ଓ ସ୍ତ୍ରୀ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିଛନ୍ତି । ପୀତବାସଙ୍କ ସହ କାହାର ଶତ୍ରୁତା ଥିଲା କି? ସେ କୌଣସି କାରଣକୁ ନେଇ ବ୍ୟସ୍ତତା କିମ୍ବା ଚିନ୍ତିତ ରହୁଥିଲେ କି ଆଦି ଅନେକ ଆଲୋଚନା କରିଥିବା ସୂଚନା ମିଳିଛି । ଏମିତିକି ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଆନ୍ଧ୍ର ଅଭିମୁଖେ ଯାଇଥିବା ଜଣାପଡିଛି । ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କିଛି ଏସ୍‌ଆଇ ଆନ୍ଧ୍ର ଯାଇଥିବା ବେଳେ ପୁଲିିସକୁ କିଛି ଲିଙ୍କ୍‌ ମିଳିଥିବା କୁହାଯାଉଛି । ପୀତବାସ ଅନେକ ଘଟଣା, ଲିଜ୍‌ ଓ ଟେଣ୍ଡର୍‌ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିବା ବେଳେ ସେ କୋର୍ଟ ବାହାରେ ମଧ୍ୟ କିଛି ଘଟଣାର ସମାଧାନ କରୁଥିଲେ । ଯାହାର ତଥ୍ୟ ପାଇଛି ପୁଲିସ । ଆହୁରି ବି ପୁଲିସ କିଛି ଆଇନଜୀବୀ ଓ ପୀତବାସଙ୍କ ସହ ଘନିଷ୍ଠ ଥିବା ବ୍ୟକ୍ତି ବିଶେଷଙ୍କୁ ଥାନାକୁ ଡାକି ଆଲୋଚନା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+