ପୀତବାସ ପଣ୍ଡା ହତ୍ୟା ମାମଲା, ସାର୍ପ ସୁଟର ଗିରଫ
ପୀତବାସ ପଣ୍ଡା ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ। କୁରୁପତିଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ମାରାଥନ ଜେରା କରାଯାଉଛି। ଷଡ଼ଯନ୍ତ୍ରକାରୀ ଉମା ବିଷୋୟୀ ମଧ୍ୟ ଗିରଫ ହୋଇଛି। ଏହା ପୂର୍ବରୁ ପୀତବାସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ ସାର୍ପ ସୁଟର କୁରୂପତି ଭୂୟାଁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଥିଲା । ଆତ୍ମସମର୍ପଣ ପରେ ଉଭୟଙ୍କୁ ଜେରା କରିଥିଲା ପୋଲିସ। ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

ଖବର ଅନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି।
ଅକ୍ଟୋବର ୬ ତାରିଖ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ପାୟାରିଂ କରି ହତ୍ୟା କରାଗଲା । ଯାହାକୁ ନେଇ ବୈଦ୍ୟନାଥପୁର ଥାନାରେ ୫୧୮ କେସ୍ ନମ୍ବର ରେଜିଷ୍ଟ୍ରି ହେଲା। ଏହାପରେ ପୋଲିସ ଆରମ୍ଭ କଲା ତନାଘନା । ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ କୁଆଡେ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ମଳୟ ବିଷୋୟୀ ଓ ମଦନ ପଲେଇ ପୁରା ଷଡଯନ୍ତ୍ର କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଲେଇଙ୍କ ଜରିଆରେ ଷଡଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ।
ସେପ୍ଟେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ ଉମା । ବ୍ରହ୍ମପୁର ଆସିବା ପରେ ରେକି କରିଥିଲେ । ଉମା ବିଷୋୟୀଙ୍କ ସହଯୋଗୀ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ୱାଇଁଙ୍କୁ ଡାକିଥିଲେ । ବିପିନ ସ୍ୱାଇଁଙ୍କ କିଛି ସୁଟରଙ୍କ ସହିତ ଚିହ୍ନା ଜଣା ଥିବାରୁ, ସେମାନଙ୍କୁ ଡାକିଥିଲେ । ସେମାନଙ୍କୁ ସୀମାଞ୍ଚଳ ନାୟକ ଠିକ କରିଥିଲେ । ଯୋଗୀ ଓ ଉମାଙ୍କ ନିର୍ଦ୍ଦେଶରେ ମୋଟ୍ ୪ ଜଣ ଏକ ଅଳକାପୁରୀରେ ଏକ ଭଡା ଘରେ ରହୁଥିଲେ।












Click it and Unblock the Notifications