ପୀତବାସ ପଣ୍ଡା ହତ୍ୟା ମାମଲା; ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ ଆଜି ଅପରାହ୍ନରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ । ଏହି ଚାର୍ଜସିଟ୍‌ର କଳେବର ଏତେ ବଡ଼ ଯେ ଏହା ପ୍ରାୟ ୩୦ ହଜାରରୁ ଅଧିକ ପୃଷ୍ଠା ସମ୍ବଳିତ । ପୁଲିସ ପକ୍ଷରୁ ଏହି ବିଶାଳ ରିପୋର୍ଟକୁ ଏକ ସ୍ୱତନ୍ତ୍ର ଟ୍ରଙ୍କ୍ ମାଧ୍ୟମରେ କୋର୍ଟକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି ।

Pitavas Panda murder case

ଗତ ଡିସେମ୍ବର ୯ ତାରିଖରେ ପୁଲିସ ଏହି ମାମଲାର କେସ୍ ଡାଏରୀ ବା ସିଡ଼ି (CD) କୋର୍ଟରେ ଦାଖଲ କରିଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନେକ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିତ୍ୱ ରହିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ବିଜେଡ଼ି କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡ଼ି ନେତା ମଦନ ଦଳେଇ ପ୍ରମୁଖ ସାମିଲ ଅଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡା ବର୍ତ୍ତମାନ ଜେଲରେ ଥିବାବେଳେ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଘଟଣା ଅନୁଯାୟୀ, ଗତବର୍ଷ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁରରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଜଣେ ଜଣାଶୁଣା ଆଇନଜୀବୀ ତଥା ରାଜନୈତିକ ନେତାଙ୍କୁ ଖୁଲମ୍‌ଖୁଲା ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପୁଲିସ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ୟାପକ ତଦନ୍ତ କରିବା ସହ ପ୍ରାୟ ୩୦ ହଜାର ପୃଷ୍ଠାର ଏହି ପ୍ରାଥମିକ ଚାର୍ଜସିଟ୍ ପ୍ରସ୍ତୁତ କରିଛି । ଏହି ବିଶାଳ ଦସ୍ତାବିଜ୍‌ରେ ଅଭିଯୁକ୍ତମାନଙ୍କ ବିରୋଧରେ ବିଭିନ୍ନ ବୈଷୟିକ ପ୍ରମାଣ, ସାକ୍ଷ୍ୟ ଏବଂ ଷଡ଼ଯନ୍ତ୍ରର ତଥ୍ୟ ରହିଥିବା ଅନୁମାନ କରାଯାଉଛି । ଏହି ଚାର୍ଜସିଟ୍ ଦାଖଲ ହେବା ପରେ ମାମଲାର ବିଚାର ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+