ପୀତବାସ ପଣ୍ଡା ହତ୍ୟାକାଣ୍ଡ; ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୋଲିସ
ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ । ଖୁବ୍ଶୀଘ୍ର ସମସ୍ତ ଅଭିଯୁକ୍ତ ଗିରଫ ହେବେ କହିଲେ ଡିଜିପି ୱାଇବି ଖୁରାନିଆ। ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୋଲିସ । ଜଣେ ସାର୍ପ ସୁଟର୍, ଅନ୍ୟ ଜଣେ ରେକି ଟିମ୍ରେ ସାମିଲ । ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା ।
ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ବିହାରରୁ ଉଠାଇନେଇଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟରର ଦୁଇ ସହ ଯୋଗୀ ମଧ୍ୟ ଅଟକ । ତେବେ ଘଟଣା ଦିନ ଜଣେ ମୋଟର ସାଇକେଲ ଚଲାଉଥିଲା, ସେହିପରି ଅନ୍ୟ ଜଣେ ପୂର୍ବରୁ ରେକି କରାଇଥିଲା । ତେବେ ଗୋଟିଏ ସୂତ୍ରରୁ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଥିବା ଜଣା ପଡ଼ିଥିବା ବେଳେ ଆଉ ଏକ ସୂତ୍ରରୁ ତାର ସହ ଯୋଗୀ ବୋଲି ଜଣା ପଡୁଛି ।

ସୂଚନା ଅନୁସାରେ ଅକ୍ଟୋବର ୬ତାରିଖ କୁମାର ପୂର୍ଣ୍ଣିମାରେ ପୀତବାସ ପଣ୍ଡାଙ୍କୁ ଘର ନିକଟରେ ଗୁଳିମାରି ହତ୍ୟା କରିଥିଲେ ଦୁର୍ବୃତ୍ତ। ବାଇକରେ ୨ ଦୁର୍ବୃତ୍ତ ଆସି ଅତି ନିକଟରୁ ଫାୟାରିଂ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏମକେସିଜି ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଗତ କିଛି ଦିନ ତଳେ ପୀତବାସ ପଣ୍ଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ପୀତବାସଙ୍କୁ ୯ MM ପିସ୍ତଲରୁ ଗୁଳି କରାଯାଇଥିବା ଜଣାପଡିଥିଲା। ତାଙ୍କ ମେରୁଦଣ୍ଡରୁ ଏକ ୯ ମିଲିମିଟରର ଗୁଳି ବାହାରିଥିଲା । ଗୁଳିଟି ବହୁ ଗୁରୁତ୍ବପୂର୍ଣ୍ଣ ଶୀରା ପ୍ରଶୀରାକୁ ନଷ୍ଟ କରିଥିବା ବ୍ଯବଛେଦ ରିପୋର୍ଟରୁ ପ୍ରକାଶ ପାଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପୀତବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।












Click it and Unblock the Notifications