ପୀତବାସ ହତ୍ୟା ମାମଲା: ସାର୍ପସୁଟର କୁରୁପତି ଏବେ ବି ଫେରାର

ବ୍ରହ୍ମପୁର: ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ କୋରାପୁଟ ଜୟପୁରର ଫାର୍ମ ହାଉସ ମାଲିକ ସୁନିଲ ହୋତାଙ୍କୁ ପୁଲିସ ଗିରଫ କରିଛି। ସୁନିଲ ଗିରଫ ହେବା ପରେ ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାର ଅଭିଯୁକ୍ତ ସଂଖ୍ୟା ୧୩ରେ ପହଞ୍ଚିଛି ା ସେହିପରି ଏହି ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ସୁଦର୍ଶନ ଜେନା ଏବେ ପୁଲିସ କବ୍ଜାରେ ରହିଛି। ସୁଦର୍ଶନ ଏହି ହତ୍ୟା ପାଇଁ ଟଙ୍କା ଖର୍ଚ୍ଚ କରୁଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ସେହିକ୍ରମରେ ସୁଦର୍ଶନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ା

Pitavas murder case

ପୁଲିସ ବୁଧବାର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ପୂର୍ବତନ ମେୟର ଶିବଶଙ୍କର ଦାସ, ବିଏମ୍‌ସିର ୪୧ ନଂ ୱାର୍ଡ କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳାଇ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା ା ପୀତବାସଙ୍କୁ ଗୁଳି କରିବା ପରେ ଜୟପୁର ଚାଲି ଯାଇଥିବା କୁରୁପତି ଭୂୟାଁ ଓ ଏହି ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଉମା ବିଷୋୟୀଙ୍କୁ ଫାର୍ମ ହାଉସ ମାଲିକ ସୁନିଲ ଆଶ୍ରୟ ଦେଇଥିଲେ। ଏହି ସମୟରେ ଅଭିଯୁକ୍ତ ମଳୟ ବିଷୋୟୀ ଓ ମଦନ ଦଳେଇ ନିୟମିତ ସୁନିଲଙ୍କୁ ଫୋନ କରି ଅଭିଯୁକ୍ତ ଉମା ଓ କୁରୁପତି ବିଷୟରେ ବୁଝାସୁଝା କରୁଥିଲେ। କୁରୁପତି ଓ ଉମା ହତ୍ୟା କରି ଏଠାରେ ଆଶ୍ରୟ ନେବାକୁ ଆସିଥିବା ଜାଣିଥିଲେ ମଧ୍ୟ ସୁନିଲ ସେମାନଙ୍କୁ ଆଶ୍ରୟ ଦେଇଥିଲେ। ସୁନିଲ ଓ ବିକ୍ରମଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲା। ବିକ୍ରମଙ୍କ ବିଭିନ୍ନ ରାଲି ଓ କାର୍ଯ୍ୟକ୍ରମରେ ସୁନିଲ ଯୋଗ ଦେଉଥିଲେ ା ଏପଟେ ମଳୟ ଓ ମଦନ ଦୀର୍ଘଦିନରୁ ବିକ୍ରମଙ୍କ ପାଇଁ କାମ କରୁଥିଲେ ା ସେହିକ୍ରମରେ ଉପରୋକ୍ତ ୪ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ା

ସେହି ଫାର୍ମ ହାଉସରେ କିଛିଦିନ ରହିବା ପରେ ଉମା ବିଷୋୟୀ ଓ ହତ୍ୟାକାରୀ କୁରୁପତି ଭୂୟାଁ କେଉଁଆଡେ ଫେରାର ହୋଇ ଯାଇଥିଲେ ା ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଆଡେ ଜାଲ ବିଛାଇଛି ା ଉଭୟଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି ା ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିବା କୁରୁପତି ଭୂୟାଁ ନାମରେ ଦିଗପହଣ୍ଡି ଥାନାରେ ୩ଟି ହତ୍ୟା ଉଦ୍ୟମ ମାମଲା ରହିଛି ା ଅନ୍ୟପକ୍ଷରେ ଆଜି ବିକ୍ରମ, ମଳୟ ଓ ମଦନ ନିଜ ଓକିଲଙ୍କ ଜରିଆରେ ବ୍ରହ୍ମପୁର ଏସଡିଜେଏମ ଅଦାଲତରେ ଜାମିନ ଆବେଦନ କରିଛନ୍ତି ା ପର୍ଯ୍ୟାୟକ୍ରମେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି ା ଗତକାଲିର ଗିରଫଦାରିକୁ ନେଇ ଆଜି ବିଜେଡି ପକ୍ଷରୁ ବ୍ରହ୍ମପୁର ଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଖବରଦାତା ସମ୍ମିଳନୀରେ ଆରୋପ ପ୍ରତ୍ୟାରୋପ କରାଯାଇଛି।

ବର୍ତ୍ତମାନ ପୀତବାସ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଉମା ବିଷୋୟୀ ଘଟଣା ପର ଠାରୁ ଫେରାର ରହିଛନ୍ତି । ବିକ୍ରମ, ମଳୟ ଓ ମଦନ ଓକିଲ ଜରିଆରେ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ବିକ୍ରମ ,ମଳୟ ଓ ମଦନ ଜଣେ ଆଇନଜୀବୀ ହୋଇଥିବାରୁ ଗତକାଲି ଏକାଧିକ ଓକିଲ ତାଙ୍କ ସପକ୍ଷରେ ୱକାଲତନାମା ତଳ କୋର୍ଟରେ ଦାଖଲ କରିଛନ୍ତି । ପର୍ଯ୍ୟାକ୍ରମରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଜାମିନ ଆବେଦନ କରିବେ ବୋଲି ସୂଚନା ମିଳିଛି ।

ସେପଟେ ଫୁଲବାଣୀ ଜେଲକୁ ସ୍ଥାନାନ୍ତରିତ ହେବେ ପିଣ୍ଟୁ । ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ଗିରଫ ପରେ ବ୍ରହପୁର ମଣ୍ଡଳ କାରାଗାରକୁ ପଠାଯାଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ବିଚାରଧୀନ କଏଦୀ ଭାବେ ରହିଛନ୍ତି । ଜେଲକୁ ଯିବା ପରେ ଜେଲ ଭିତରେ ରହିଥିବା ତାଙ୍କର ଶତ୍ରୁଙ୍କ ସହ ତାଙ୍କର ଝଗଡ଼ା ହେବା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+