ପୀତବାସ ହତ୍ୟାକାଣ୍ଡ ଘଟଣା: ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ, ପୂର୍ବତନ ମେୟରଙ୍କୁ ଉଠାଇ ନେଲା ପୋଲିସ

ବହୁ ଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାର ୧୬ଦିନରେ ବଡ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର । ପୁଲିସ ତଦନ୍ତର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୁଲିସ । ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ କରି ଏସପି ସୂଚନା ଦେବେ ବୋଲି ଆଇଜି କହିଛନ୍ତି । ଗତକାଲି ଏହି ଘଟଣାରେ ବ୍ରହ୍ମପୁର ଅଞ୍ଚଳର ଜଣେ ବଡ ରାଜନେତାଙ୍କୁ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ହାଇପ୍ରୋଫାଇଲ ମର୍ଡର କେସର ଖୁବଶୀଘ୍ର ସମାଧାନ ହେବ ବୋଲି ଆଶା କରାଯାଉଛି । ଏଯାବତ ୮ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ରାଜନୈତିକ ଓ ବ୍ୟବସାୟୀ ଦିଗକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରି ପୁଲିସ ତଦନ୍ତ କରୁଛି ।

ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ। ଏନେଇ ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା। ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି, 'ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ। ବ୍ରହ୍ମପୁର ଏସ୍‌ପି ଏନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ।'

Pitabas murder case

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ତଦନ୍ତ କ୍ର​‌ମେ ପୋଲିସ ସୋମବାର ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟରଙ୍କୁ ଉଠାଇ ନେଇଛି। ଘଟଣାରେ ତାଙ୍କର ସଂପୃକ୍ତି ଅଛି କି' ନାହିଁ ସେ ସମ୍ପର୍କରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ପଚରା ଉଚରା କରୁଛି ପୋଲିସ।

ପୂର୍ବରୁ ମାମଲାରେ ସୋମବାର ଦୁଇ ଅପରାଧୀଙ୍କୁ ଭୁବେନଶ୍ବରରୁ ଗିରଫ କରିଥିଲା ପୋଲିସ। ଏହା ସହ ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଜଣେ କର୍ପୋରେଟର ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୋଲିସ। କୁହାଯାଉଛି ଏହି କର୍ପୋରେଟର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେହପରି ଗତ ଗୁରୁବାର ବିହାରରୁ ସୁପାରି କିଲର ତଥା ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ।

ସୂଚନାଥାଉକି, ଅକ୍ଟୋବର ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ତେବେ ପୀତବାସଙ୍କୁ ହତ୍ୟା ଘଟଣାରେ କେବେ ପର୍ଦ୍ଦାଫାଶ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ? ଏହି ହତ୍ୟାକାଣ୍ଡ ରାଜନୈତିକ କି' ବ୍ୟବସାୟୀ ତାକୁ ନେଇ ଲାଗି ରହିଛି ସସପେନ୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+