ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା: ମେ 13 ମତଦାନ, 16 ରେ ଫଳାଫଳ
ସାନି ମତଦାନ ପାଇଁ ନୂଆ ତାରିଖ ଧାର୍ଯ୍ୟ କଲେ ନିର୍ବାଚନ କମିଶନ । ଆସନ୍ତା ମେ 13 ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ସେହିପରି ମେ 16 ତାରିଖରେ ହେବ ଭୋଟ୍ ଗଣତି ।
ଭୁବନେଶ୍ବର: ଆସିଲା ପିପିଲି ଉପନିର୍ବାଚନ ପାଇଁ ନୂଆ ତାରିଖ । ସାନି ମତଦାନ ପାଇଁ ନୂଆ ତାରିଖ ଧାର୍ଯ୍ୟ କଲେ ନିର୍ବାଚନ କମିଶନ । ଆସନ୍ତା ମେ 13 ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ସେହିପରି ମେ 16 ତାରିଖରେ ହେବ ଭୋଟ୍ ଗଣତି ।

ତେବେ ଏପ୍ରିଲ୍ ୨୬ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିବେ । ୨୭ରେ ସ୍କ୍ରୁଟିନିଂ ପରେ ୨୯ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରି ହେବ । ତା'ପରେ ମେ' ୧୩ରେ ଭୋଟ୍ ଗ୍ରହଣ ହୋଇ ୧୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ।
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା । ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ ହୋଇଥିଲା । ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା । ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି ।












Click it and Unblock the Notifications