ପିପିଲି ଉପନିର୍ବାଚନ ଫଳାଫଳ: ସକାଳ ୮ରୁ ପୋଷ୍ଟାଲ ବାଲଟ, ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି
ଆଜି (ରବିବାର) ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ଆଜି (ରବିବାର) ହେବ ଭୋଟ ଗଣତି । ଇଭିଏମରେ ସିଲି ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ରୁ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି କରାଯିବ ।
ପିପିଲି: ଆଜି (ରବିବାର) ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ । ଆଜି (ରବିବାର) ହେବ ଭୋଟ ଗଣତି । ଇଭିଏମରେ ସିଲି ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ରୁ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି କରାଯିବ ।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ୩୪୮ଟି ବୁଥର ଇଭିଏମରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ରୁ ପୋଷ୍ଟାଲ ଓ ୮ଟା ୩୦ରୁ ଇଭିଏମ ଭୋଟ ଗଣତି କରାଯିବ । ମୋଟ୍ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ, ଏଥିପାଇଁ ୬୨ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଶେଷ ହେବା ପରେ ଭିଭିପାଟ ଏବଂ ଇଭିଏମ ଫଳାଫଳକୁ ମେଳ କରାଯିବ ।
ଉପ-ନିର୍ବାଚନରେ ୭୮.୨୪% ମତଦାନ ହୋଇଛି । ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ ପ୍ରତିଶତ ଅଧିକ ଭୋଟ୍ ପଡିଛି । ଗତ ନିର୍ବାଚନରେ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜେଡିର ପ୍ରଦୀପ ମହାରଥୀ ବାଜିମାତ୍ କରିଥିଲେ ।
ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ସିପିଆଏମ୍ଏଲ୍ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମୁଦ୍ଦିନ, କଳିଙ୍ଗ ସେନାର ପିଙ୍କଲିନ୍ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ପିପିଲି ବ୍ଲକ୍ର ୧୯୯ଟି ଓ ଡେଲାଙ୍ଗ ବ୍ଲକ୍ର ୧୪୯ଟି ବୁଥ୍ରେ ଭୋଟରମାନେ ସେମାନଙ୍କ ମିଦାନ ଅଧିକାର ସାବ୍ୟସ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ସେଠାରେ ଉପନିର୍ବାଚନ ହୋଇଛି, ଯାହାର ଫଳାଫଳ ଆସନ୍ତା ୩ ତାରିଖରେ ଆସିବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications