ପିପିଲି ଭୋଟ୍ ଗଣତି: ୧୩ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ଚାଲିଛି ବିଜେଡି
୧୩ ରାଉଣ୍ଡ ଶେଷ ସୁଦ୍ଧା ୧୪,୨୧୨ ଭୋଟରେ ବିଜେଡି ଆଗୁଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗଣା ଯାଇଥିବା ସମସ୍ତ ରାଉଣ୍ଡରେ ବିଜେଡି ଆଗୁଆ ରହିଛି। ରାଉଣ୍ଡ ୧୩ ସୁଦ୍ଧା ବିଜେଡିକୁ ୫୦,୮୮୦, ବିଜେପିକୁ ୩୬,୬୬୮ ଓ କଂଗ୍ରେସକୁ ୨,୭୮୨ ଖଣ୍ଡ ଭୋଟ୍ ମିଳିଛି ।
ପିପିଲି: ଚାଲିଛି ପିପିଲି ଭୋଟ୍ ଗଣତି। ୧୩ ରାଉଣ୍ଡ ଶେଷ ସୁଦ୍ଧା ୧୪,୨୧୨ ଭୋଟରେ ବିଜେଡି ଆଗୁଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଗଣା ଯାଇଥିବା ସମସ୍ତ ରାଉଣ୍ଡରେ ବିଜେଡି ଆଗୁଆ ରହିଛି। ରାଉଣ୍ଡ ୧୩ ସୁଦ୍ଧା ବିଜେଡିକୁ ୫୦,୮୮୦, ବିଜେପିକୁ ୩୬,୬୬୮ ଓ କଂଗ୍ରେସକୁ ୨,୭୮୨ ଖଣ୍ଡ ଭୋଟ୍ ମିଳିଛି ।

ରାଉଣ୍ଡ ୧୨ ଶେଷ ସୁଦ୍ଧା ବିଜେଡିକୁ ୪୭,୦୯୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩୩,୬୭୫ ଓ କଂଗ୍ରେସକୁ ୨୭୦୫ ଖଣ୍ଡ ଭୋଟ୍ ମିଳିଥିଲା। ଏକାଦଶ ଓ ୧୦ମ ରାଉଣ୍ଡରେ ବି ବିଜେଡି ଆଗରେ ରହିଥିଲା।

ନବମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୪,୯୧୩ ଖଣ୍ଡ, ବିଜେପିକୁ ୨୫, ୫୩୧ ଓ କଂଗ୍ରେସକୁ ୨୨୮୧ ଖଣ୍ଡ ଭୋଟ୍ ମିଳିଥିଲା। ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୧,୪୫୭, ବିଜେପିକୁ ୨୨,୬୦୧ ଓ କଂଗ୍ରେସକୁ ୨୧୨୨ ଖଣ୍ଡ ଭୋଟ୍ ମିଳିଥିଳା। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୭,୫୧୭ଟି, ବିଜେପିକୁ ୧୯,୮୮୭ ଓ କଂଗ୍ରେସକୁ ୨୦୨୭ଟି ଭୋଟ୍ ମିଳିଥିଲା।
ସେହିପରି ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୩,୪୬୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୭,୧୩୮ ଓ କଂଗ୍ରେସକୁ ୧୭୮୪ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ୫ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୦,୧୨୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୧୪,୩୩୮ ଓ କଂଗ୍ରେସକୁ ୧୫୪୫ ଖଣ୍ଡ ଭୋଟ୍ ମିଳିଥିଲା।

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୩,୬୧୧ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୮,୫୬୭ ଓ କଂଗ୍ରେସକୁ ୧,୧୮୦ଟି ଭୋଟ୍ ମିଳିଥିଲା। ସେହିଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୩,୩୧୭ ଖଣ୍ଡ ଭୋଟ୍ରେ ଆଗୁଆ ଥିଲେ। ବିଜେଡିକୁ ୯,୦୩୦ଟି ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫,୭୧୩ ଓ କଂଗ୍ରେସକୁ ୯୮୧ ଖଣ୍ଡ ଭୋଟ୍ ମିଳିଥିଲା।
ସେହିପରି ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ ରହିଥିଲା। ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୪୦୬ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୪୦୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୬୪୯ ଓ କଂଗ୍ରେସକୁ ୭୬୬ଟି ଭୋଟ୍ ମିଳିଥିଲା।
ପୁରୀ ପେଣ୍ଠକଟା ସେଣ୍ଟରରେ ଇଭିଏମ୍ ପାଇଁ ଦୁଇଟି ହଲ୍ରେ ମୋଟ ୧୪ଟି ଟେବୁଲ୍ରେ ଗଣତି ଚାଲିଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ ଗଣତି ହୋଇଥିଲା। ତା'ପରେ ସାଢ଼େ ୮ଟାରୁ ଇଭିଏମ୍ ଗଣତି ଚାଲିଛି। ଭୋଟ୍ ଗଣିବା କାର୍ଯ୍ୟରେ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥର ପିପିଲି ଉପନିର୍ବାଚନରେ ୭୮.୨୫% ଭୋଟିଂ ହୋଇଥିଲା।












Click it and Unblock the Notifications