ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ
ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ରାଜ୍ୟରେ ବଢି ଚାଲିଥିବା କରୋନା ପରିସ୍ଥିତକୁ ନଜରେର ରଖି ନିର୍ବାଚନ ସ୍ଥଗିତ ରଖିଲେ ଭାରତୀୟ ନିର୍ବାଚନ କମିଶନ।
ଭୁବନେଶ୍ୱର: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ରାଜ୍ୟରେ ବଢି ଚାଲିଥିବା କରୋନା ପରିସ୍ଥିତକୁ ନଜରେର ରଖି ନିର୍ବାଚନ ସ୍ଥଗିତ ରଖିଲେ ଭାରତୀୟ ନିର୍ବାଚନ କମିଶନ।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢୁଥିବାରୁ ପିପିଲିରେ ଉପନିର୍ବାଚନ ହେବା ନହେବା ନେଇ ଦାୟର ହୋଇଥିଲା ଅଭିଯୋଗ । ଏନେଇ ଆଜି ଶୁଣାଣି କରିଥିଲେ ହାଇକୋର୍ଟ । ଶେଷରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସହ କଥା ହୋଇ ପିପିଲିରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିବା ନେଇ ନିଷ୍ପତି ନେଇଛନ୍ତି ।
ଆସନ୍ତା ୧୬ ତାରିଖରେ ହେବାର ଥିଲା ପିପିଲି ଉପନିର୍ବାଚନ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ଚଳାଇଥିଲେ ରାଜ୍ୟ ସରକାର। ଏପରିକି ଆସନ୍ତା ୫ ତାରିଖରୁ ହେବାକୁ ଥିବା ଲକ୍ଡାଉନ୍ରେ ପିପିଲି ନିର୍ବାଚନମଣ୍ଡଳୀରେ କିଛି ମାତ୍ରାରେ କୋହଳ କରାଯାଇଥିଲା। କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।












Click it and Unblock the Notifications