ପିପିଲି ଉପନିର୍ବଚନ: ଆରମ୍ଭ ହେଲା ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟା
ଆସନ୍ତା ସେପ୍ଟେମ୍ବର 30 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟିଂ କରାଯିବ । ତେବେ ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟା ।
ପୁରୀ: ଆସନ୍ତା ସେପ୍ଟେମ୍ବର 30 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟିଂ କରାଯିବ । ତେବେ ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟା । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ପରିଦର୍ଶନ କରି ପୋଷ୍ଟାଲ ବାଲାଟ୍ ଭୋଟିଂ କରୁଛନ୍ତି ।

ତେବେ ଏହି ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟାରେ ମୁଖ୍ୟତଃ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରମାନଙ୍କୁ ଟାର୍ଗେଟ କରାଯାଇଛି । ଯେଉଁମାନେ ଭୋଟିଂ ପାଇଁ ସେଣ୍ଟରକୁ ଆସିବରେ ଅକ୍ଷମ ଅଟନ୍ତି । ସେମାନଙ୍କଠାରୁ ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟା ମାଧ୍ୟମରେ ଭୋଟ ଗ୍ରହଣ କରାଯାଉଛି ।
ପୁରୀ ଜିଲ୍ଲାପାଳ ସାମର୍ଥ ବର୍ମା କହିଛନ୍ତି ଯେ, 80 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ତଥା ଶାରୀରିକ ଭାବ ଅକ୍ଷମ ବ୍ୟକ୍ତି ଏବଂ ଯେଉଁମାନେ କରୋନା ପଜିଟିଭର ଶିକାର ହୋଇଛନ୍ତି । ସେହିମାନଙ୍କଠାରୁ ଏହି ପୋଷ୍ଟାଲ ବାଲାଟ୍ ଭୋଟିଂ ପ୍ରକ୍ରିୟାରେ ଭୋଟ ଗ୍ରହଣ କରାଯିବ । ତେବେ ଏହି ପ୍ରକ୍ରିୟା ସାତୋଟି ବ୍ଲକରେ ଅନୁଷ୍ଠିତ ହେବ ଏବଂ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଘର-ଘର ବୁଲି ପୋଷ୍ଟାଲ ବାଲାଟ୍ ଭୋଟିଂ କରିବା ପାଇଁ ଗୋଟିଏ ମାଇକ୍ରୋ ପର୍ଯ୍ୟବେକ୍ଷକ, ଦୁଇ ଜଣ ପୋଲିସ କର୍ମଚାରୀ, ଜଣେ ପୋଲିଂ ଅଫିସର ଏବଂ ପ୍ରତ୍ୟେକ ଦଳର ଭିଡିଓଗ୍ରାଫର ସହିତ ସାତୋଟି ମତଦାନ ଦଳ ଗଠନ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।












Click it and Unblock the Notifications