ପିପିଲି ଉପନିର୍ବାଚନ: ୬ଟି ବୁଥ୍‌ରେ ଇଭିଏମ୍‌ ତ୍ରୁଟି, ଭୋଟ୍ ଗ୍ରହଣ ବାଧାପ୍ରାପ୍ତ

ଆଜି ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୋଟ୍ ଚାଲିଥିବା ବେଳେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଚଳ ବା ତ୍ରୁଟି ଖବର ସାମ୍ନାକୁ ଆସିଛି।

ଭୁବନେଶ୍ୱର: ଆଜି ସକାଳ ୭ଟାରୁ ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଭୋଟ୍ ଚାଲିଥିବା ବେଳେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଚଳ ବା ତ୍ରୁଟି ଖବର ସାମ୍ନାକୁ ଆସିଛି।

Pipili by election

ତେବେ ସକାଳେ ପ୍ରଥମେ ୪ଟି ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବା ଖବର ଆସିଥିବା ବେଳେ ଏବେ ଆଉ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ଆସିଛି । ଖବର ଅନୁଯାୟୀ, ପିପିଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କଣ୍ଟି ପଞ୍ଚାୟତ ୧୩୯- A ନଂ ବୁଥରେ ପ୍ରଥମେ ଇଭିଏମ୍ ଅଚଳ ଯୋଗୁ ମତଦାନରେ ବାଧା ଉପୁଜିଥିଲା । ଯାହାଫଳରେ ଭୋଟ ଦେବାକୁ ଆସିଥିବା ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

ସେହିପରି କୌଶଲ୍ୟାପୁରର ୧୫୪ ନମ୍ବର ବୁଥ୍‌ ସହିତ ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଛି। ଫଳରେ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଛି।

ଏହା ପୂର୍ବରୁ ୧୩୯-A, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମୋଟ ଉପରେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+