ପିପିଲି ଉପନିର୍ବାଚନ: ଲାଗୁ ହେଲା ନିର୍ବାଚନ ଆଚରଣ ବିଧି, ପ୍ରଚାରରେ ସାମିଲ ହେବେ 5 ଜଣ

ଉପନିର୍ବାଚନକୁ ଦୃଷ୍ଟରେ ରଖି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ କରିଛନ୍ତି ।

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବାଜିସାରିଛି ବିଗୁଲ୍‌ । ଚଳଚଞ୍ଚଳ ହେଲାଣି ରାଜନୈତିକ ପାର୍ଟି ଅଫିସ । ତେବେ ଉପନିର୍ବାଚନକୁ ଦୃଷ୍ଟରେ ରଖି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ କରିଛନ୍ତି ।

ଏପ୍ରିଲ ୧୭ରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପୁରୀ ଜିଲ୍ଲାରେ ଲାଗୁ ହୋଇଛି ଆଚରଣ ବିଧି। ଗୋଟିଏ ବୁଥରେ ହଜାରେ ମତଦାତା ଭୋଟ ଦେଇପାରିବେ। ବୁଥ୍ ସଂଖ୍ୟା ଏଥର ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଛି। EVM ସଂଖ୍ୟା ବଢ଼ାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ୩ ପ୍ରକାର ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ୍ ବ୍ୟବସ୍ଥା କରାଯାଇଛି।

Pipili by election

ସେହିପରି ଭିନ୍ନକ୍ଷମଙ୍କର ସାର୍ଟିଫିକେଟ୍‌ ଥିଲେ ପୋଷ୍ଟାଲ ଭୋଟିଂ ପାଇଁ ଅନୁମତି ଦିଆଯିବ । ନାମାଙ୍କନ ଦାଖଲ ବେଳେ ମାତ୍ର ୨ଟି ଗାଡିକୁ ଅନୁମତି ଦିଆଯାଇଥିବା ବେଳେ ନିର୍ବାଚନୀ ସଭାରେ ସର୍ବାଧିକ ୫ଶହ ଲୋକଙ୍କ ଉପସ୍ଥିତ ରହିପାରିବେ । ତେବେ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ୭୫ଟି ବୁଥ୍‌ କରାଯାଇଛି । ଦିବ୍ୟାଙ୍ଗ, କରୋନା ସଂକ୍ରମିତ, ବୃଦ୍ଧବୃଦ୍ଧାଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ହୋଇଛି ବ୍ୟବସ୍ଥା। ବୁଥ ସଂଖ୍ୟା ୨୭୧ରୁ ବୃଦ୍ଧି କରାଯାଇ ୩୪୮ କରାଯାଇଛି। ୧୫୦ ପ୍ରତିଶତରୁ ଅଧିକ EVM ଓ VVPAT ରହିଛି।

ଅନ୍ୟପଟେ ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀଙ୍କ ସମେତ ୫ ଜଣ ସାମିଲ ହୋଇପାରିବେ। ନିର୍ବାଚନ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ନିଆଯାଇ ସେମାନଙ୍କୁ ଟିକା ଦିଆଯିବ। କରୋନା କଟକଣାରେ ଉପନିର୍ବାଚନ ପ୍ରକ୍ରିୟା ସରିବ। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ ଭୋଟର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+