ଆଜି ଘୋଷଣା ହେଲା ନାହିଁ ପିପିଲି ଉପ-ନିର୍ବାଚନ ତାରିଖ
ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲାନି ନିର୍ବାଚନ ତାରିଖ । ପରେ ସାନି ବିଜ୍ଞପ୍ତିରେ ତାରିଖ ଘୋଷଣା ହେବ କହିଲେ ସିଇସି ।
ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଜି 4ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ଆଶାଥିଲା ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ ଆୟୋଜନ ନେଇ ମଧ୍ୟ ଘୋଷଣା ହୋଇପାରେ । ମାତ୍ର ଆଜି କୌଣସି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ନାହିଁ ।
ଏହି ଧାରାରେ ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲାନି ନିର୍ବାଚନ ତାରିଖ । ପରେ ସାନି ବିଜ୍ଞପ୍ତିରେ ତାରିଖ ଘୋଷଣା ହେବ କହିଲେ ସିଇସି । ସମସ୍ତ ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଲେ ମୁଖ୍ୟ ନିର୍ବାଚନ କମିଶନର ।

ସୂଚନାଥାଉ କି, ବିଜେଡ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି । ଗତବର୍ଷ ରାଜ୍ୟରେ ଦୁଇଟି ଉପନିର୍ବାଚନ ହୋଇଥିବା ବେଳେ ଚଳିତ ବର୍ଷ ଏହା ପ୍ରଥମ ଉପ-ନିର୍ବାଚନ ହେବାକୁ ଯାଉଛି । ତେବେ ପିପିଲି ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ।












Click it and Unblock the Notifications