ଆଜି ଘୋଷଣା ହୋଇପାରେ ପିପିଲି ଉପ-ନିର୍ବାଚନ ତାରିଖ
ଆଶା କରାଯାଉଛି କି, ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ ଆୟୋଜନ ନେଇ ମଧ୍ୟ ଘୋଷଣା ହୋଇପାରେ ।
ଭୁବନେଶ୍ବର: କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଆଜି 4ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ । ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ତାମିଲନାଡୁରେ ବିଧାନସଭାର କାର୍ଯ୍ୟକାଳ ଏପ୍ରିଲ-ମେ ମାସରେ ଶେଷ ହେଉଥିବା ବେଳେ ପୁଡୁଚେରୀ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଛି । ତେବେ ଆଶା କରାଯାଉଛି କି, ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପ-ନିର୍ବାଚନ ଆୟୋଜନ ନେଇ ମଧ୍ୟ ଘୋଷଣା ହୋଇପାରେ ।

ସୂଚନାଥାଉ କି, ବିଜେଡ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି । ଗତବର୍ଷ ରାଜ୍ୟରେ ଦୁଇଟି ଉପନିର୍ବାଚନ ହୋଇଥିବା ବେଳେ ଚଳିତ ବର୍ଷ ଏହା ପ୍ରଥମ ଉପ-ନିର୍ବାଚନ ହେବାକୁ ଯାଉଛି । ତେବେ ପିପିଲି ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ।












Click it and Unblock the Notifications