ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ
ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ସେପଟେ କଂଗ୍ରେସ ପ୍ରାର୍ଥୀ ବି ଆଜି କରିବେ ପ୍ରାର୍ଥୀପତ୍ର ଦାଖଲ କରିବେ ।
ପିପିଲି: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ସେପଟେ କଂଗ୍ରେସ ପ୍ରାର୍ଥୀ ବି ଆଜି କରିବେ ପ୍ରାର୍ଥୀପତ୍ର ଦାଖଲ କରିବେ । ତେବେ ପିପିଲି ପାର୍ଟି ଅଫିସ୍ରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ ।

ଅନ୍ୟପଟେ ଆଜି ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନ। ପୂର୍ବରୁ ବିଜେପିର ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରି ସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ଦାଖଲ କରିବେ। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି।
ସୂଚନାଥାଉକି, ୨୦୧୯ ନିର୍ବାଚନରେ ପିପିଲିରେ ୧ଲକ୍ଷ ୭୪ ହଜାର ୮୭୫ ଜଣ ମତଦାନ କରିଥିଲେ। ଦିବଂଗତ ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ନିକଟକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ସେବେ ୭୨ ହଜାର ୭୩୧ ଖଣ୍ଡ ଓ ପିପିଲି ଆସନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ ଖଣ୍ଡ ଭୋଟ ପାଇଥିଲେ।
ଏବେ ବିଜେଡିର ନୂଆ ମୁହଁ ସହ ବିରୋଧୀଙ୍କ ପୁରୁଣା ଚେହେରା ମଧ୍ୟରେ ଲଢେଇ ହେବ । ତେଣୁ ବିରୋଧୀ ଶିବିରର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଉପନିର୍ବାଚନରେ ବିରୋଧୀଙ୍କୁ ବାରମ୍ବାର ମାତ ଦେଉଥିବା ବିଜେଡି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ ରୂପେ ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।












Click it and Unblock the Notifications