ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସ୍ଥାନ ନେଲେ ପୁରୀ ଏସପି ପିନାକ
ୱାଇ. ବି ଖୁରାନିଆ ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ପ୍ରାୟ ଦେଢ଼ ମାସ ପରେ ଆଜି ଏସ୍ପି ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସହିତ ବହୁ ଜିଲ୍ଲାର ଏସ୍ପିଙ୍କର ହୋଇଛି ବଦଳି । କୁହାଯାଇଛି କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା।

ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିବା ବେଳେ ପ୍ରତୀକ ସିଂହଙ୍କୁ କଟକ(ଗ୍ରାମାଞ୍ଚଳ) ଏସପି ନିଯୁକ୍ତ କରାଯାଇଛି । ଟ୍ୱିନ୍ ସିଟି ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂହ , ପୁରୀ ଏସ୍ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି ।












Click it and Unblock the Notifications