୮୦୦ ବରିଷ୍ଠ ନାଗରିକଙ୍କୁ ନେଇ ଶିରିଡ଼ି ଗଲା ତୀର୍ଥଯାତ୍ରୀ ଟ୍ରେନ୍; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶିରିଡ଼ି ଗଲା ସ୍ବତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍ । ୮୦୦ ବରିଷ୍ଠ ନାଗରିକଙ୍କୁ ନେଇ ଶିରିଡ଼ି ଗଲା ତୀର୍ଥଯାତ୍ରୀ ଟ୍ରେନ୍ । ଭୁବନେଶ୍ବର ଷ୍ଟେସନରୁ ଶିରିଡ଼ି ଅଭିମୁଖେ ବାହାରିଲା । ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

i Chief Minister

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅଧୀନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପେଶାଲ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ଵର ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରା ଟ୍ରେନ୍‌ର ଶୁଭାରମ୍ଭ ହୋଇଛି ।

୬ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାରୁ ୮ଶହ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ଯାଉଛନ୍ତି । ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ପର୍ଯ୍ୟାୟକ୍ରମେ ମୋଟ ୧୦ଟି ଟ୍ରିପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ହଜାର ବରିଷ୍ଠ ନାଗରିକ ଶିରିଡ଼ି, ନାସିକ, କାମାକ୍ଷା, ବାରଣାସୀ, କଲିକତା ଦକ୍ଷିଣ କାଳୀ ମନ୍ଦିର, ଅଯୋଧ୍ୟା ଭଳି ବିଭିନ୍ନ ୧୦ଟି ତୀର୍ଥ ସ୍ଥାନ ବୁଲିବେ ବୋଲି ସୂଚନା ରହିଛି ।

ଗାଁରୁ ଷ୍ଟେସନ ଓ ରେଳ ଷ୍ଟେସନରୁ ତୀର୍ଥ ସ୍ଥାନ ପର୍ଯ୍ୟନ୍ତ ଯାତାୟାତ, ରହିବା, ଖାଇବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଯାତ୍ରା ବେଳେ ସରକାରଙ୍କ ପକ୍ଷରୁ ଗାଇଡ ଓ ଏସ୍କର୍ଟ ଟିମ୍ ସୁବିଧା ତୀର୍ଥଯାତ୍ରୀଙ୍କୁ ଯୋଗାଇ ଦିଆଯିବ ।

୬୦ ବର୍ଷରୁ ୭୫ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକ ମାନେ ଏହି ସୁବିଧା ପାଉଛନ୍ତି । ଅନ୍ତର୍ଦ୍ୟୋୟ, ରାସନ କାର୍ଡ, ମନରେଗା କାର୍ଡ ଭଳି ଆର୍ଥିକ ଅନଗ୍ରସର ପ୍ରମାଣ ପତ୍ର ଦେଇ ଆବେଦନ ମାଧ୍ୟମରେ ବରିଷ୍ଠ ନାଗରିକ ମାନେ ତୀର୍ଥଯାତ୍ରା ସୁବିଧା ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+