ମା' ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ

କଟକ : କରୋନା ମହାମାରୀ ପରିପ୍ରେକ୍ଷୀରେ ହେବାକୁ ଥିବା ଆସନ୍ତା ଦଶହରା ପୂଜାରେ ମା' ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ କଟକଣା ଜାରି ହୋଇଛି। ମା' ଦୁର୍ଗାଙ୍କ ଉଚ୍ଚତା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। କଟକ ବାଲୁବଜାର ପୂଜା କମିଟି ତରଫରୁ ଏହି ମାମଲା ରୁଜୁ କରାଯାଇଛି। କମିଟି ତରଫରୁ କୁହାଯାଇଛି ଯେ, ଏହି ପୂଜାର ପରମ୍ପରା ପ୍ରାୟ ପାଞ୍ଚ ଶହ ବର୍ଷ ପୁରୁଣା।

ମା ଦୂର୍ଗା

୫୦୦ ବର୍ଷର ପରମ୍ପରାକୁ ବଜାୟ ରଖିବା ପାଇଁ ଆବେଦନରେ ଦର୍ଶାଯାଇଛି । ୧୫୧୪ ମସିହାରୁ ଏଠାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି ହୋଇ ଆସୁଛି । ଏହି ସମୟରେ ଚୈତନ୍ୟ ମହାପ୍ରଭୁ କଟକ ଆସିଥିବା ସମୟରେ ଏହି ମଣ୍ଡପ ପ୍ରତିଷ୍ଠା ହୋଇଥିଲା । ସେହି ସମୟରୁ ମା'ଙ୍କର ୮ ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇଆସୁଛି । ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ପରମ୍ପରାକୁ ବଜାୟ ରଖିବାକୁ ଦର୍ଶାଇଛନ୍ତି ଏହି ଆବେଦନରେ।

ସୂଚନା ଯୋଗ୍ୟ ଯେ, ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହ ବୈଠକରେ ଆଲୋଚନା କରାଯାଇଥିଲା । ମୂର୍ତ୍ତି ଉଚ୍ଚତା ବୃଦ୍ଧି କରିବାକୁ ଶାନ୍ତି କମିଟି ଏବଂ ଅନ୍ୟମାନେ ଅନୁରୋଧ କରିଥିଲେ ମଧ୍ୟ ମୂର୍ତ୍ତି ଉଚ୍ଚତା ନବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ଯାହାକୁ ନେଇ ପୂଜା କମିଟି ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ମାମଲାରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଆବେଦନକାରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+