Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିବ ସଷ୍ଟ ଚିତ୍ର !

ଭୁବନେଶ୍ୱର: ଆସନ୍ତାକାଲି ସମ୍ଭାବ୍ୟ ବାତ୍ୟାକୁ ନେଇ ଆସିବ ସଷ୍ଟ ଚିତ୍ର । ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ କହିଛନ୍ତି ଯେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା ।

ତାଙ୍କ କହିବା ଅନୁଯାଇ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହାକି ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବ । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇ ପାରିବ ନାହିଁ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ ବୋଲି କହିଛନ୍ତି ଆଇଏମଡି ଡିଜି ।

Cyclone in Odisha

ସେପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେଉଛି । ଖୋର୍ଦ୍ଦା, ଯାଜପୁର, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁରରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ତାପମାତ୍ରା ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ କହିଛି । ଏଥିସହ ଜଳୀୟବାଷ୍ପ ମତ୍ରା ଅଧିକ ରହୁଥିବାରୁ ରାଜ୍ୟରେ ଗୁଳୁଗୁଳି ମାତ୍ରା ଅଧିକ ଅନୁଭୂତ ହେବ ।

ଅନ୍ୟପଟେ ଏହି ବାତ୍ୟାର ଗତି କେମିତି ରହିବ ସେନେଇ ବିଭିନ୍ନ ମଡେଲଙ୍କ ପକ୍ଷରୁ ଆକଳନ କରାଯାଇଛି । ଅନ୍ତର୍ଜାତୀୟ ପାଣପାଗ ସଂସ୍ଥା 'ୱିଣ୍ଡି ଡଟ୍ କମ'ର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଉପକୂଳ ପାଖାପାଖି ଲ୍ୟାଣ୍ଡଫଲ୍ କରିପାରେ । ତେବେ ସମ୍ଭାବ୍ୟ ବାତ୍ୟାଟି ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ବୋଲି ଏହି ମେଡଲ ଆକଳନ କରିଛି ।

ସେହିପରି ଜିଏଫଏସ୍ ମଡେଲ୍ ମଧ୍ୟ ବାତ୍ୟା ୧୨ ତାରିଖ ରାତି ୧୦ଟା ପରେ ଅର୍ଥାତ ବିଳମ୍ବିତ ରାତିରେ ବାଂଲାଦେଶ ଓ ମିଆଁମାର ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟା ପ୍ରତି ବେଗ ପାଖାପାଖି ୧୦୦ କିମି ରହିବା ନେଇ ପୂର୍ବାନୁମାନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+