ବ୍ରିଜ୍ ତଳକୁ ଖସିଲା ପିକନିକ୍ ବସ୍:୨ ମୃତ
ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ପିକନିକ୍ ବସ୍ । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ, ୩୦ରୁ ଅଧିକ ଯାତ୍ରୀ ଗୁରୁତର ।

ଢେଙ୍କାନାଳ:୫୫ନଂ ଜାତୀୟ ରାଜପଥ ପଞ୍ଚବୁଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ପିକନିକ୍ ବସ୍ । ଘଟଣାସ୍ଥଳରେ ୨ ମହିଳାଙ୍କ ମୃତ୍ୟୁ, ୩୦ରୁ ଅଧିକ ଯାତ୍ରୀ ଗୁରୁତର । ଆହତଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ୪୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ରହିଛି । ଖବର ଅନୁସାରେ, ବଲାଙ୍ଗୀର ହରିଶଙ୍କରରୁ କେନ୍ଦ୍ରାପଡା ଇଚ୍ଛାପୁରକୁ ବସଟି ଯାଉଥିଲା ।
ସୂଚନା ଅନୁସାରେ, କେନ୍ଦ୍ରପଡା ଜିଲ୍ଲା ଇଚ୍ଛାପୁର ଗାଁର ୪୩ ଜଣ ସମ୍ବଲପୁର ଏବଂ ବଲାଙ୍ଗୀର ପିକନିକ୍ ପାଇଁ ଯାଉଥିବା ସମୟରେ ୫୫ନଂ ଜାତୀୟ ରାଜପଥ ପଞ୍ଚବୁଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ବସଟି ବ୍ରିଜ୍ ଉପରେ ଯାଉଥିବା ବେଳେ ଭରସ୍ୟାମ ହରାଇ ବ୍ରିଜ୍ ବାଡା ଭାଙ୍ଗି ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ମୃତକ ୨ ଜଣ ହେଲେ କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଏବଂ ବିଜୟଲକ୍ଷ୍ମୀ ସ୍ୱାଇଁ ।
ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତଙ୍କୁ ତୁରନ୍ତ ଢେଙ୍କାନାଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅଧିକ ସଙ୍କଟାପନ୍ନ ଥିବା ୧୫ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications