ପିକନିକ୍‌ ବସ୍‌ର ସିରିଜ୍‌ ଦୁର୍ଘଟଣା; ୪୦ ଆହତ, ଉଦ୍ଧାର କାର୍ଯ୍ୟ ଜାରି

କାମାକ୍ଷାନଗର: ପିକନିକ୍‌ ବସ୍‌ ର ସିରିଜ୍‌ ଦୁର୍ଘଟଣା। ୪୦ ଆହତ । ହାଇୱାକୁ ବସ୍‌ ଧକ୍କା ଦେବା ପରେ ବସ୍‌ କୁ ପିଟିଲା ଆଉ ଏକ ଟ୍ରକ୍‌ । ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍‌ ଦୁର୍ଘଟଣା ହୋଇଛି ।

ଉଭୟ ଗାଡ଼ିର ଡ୍ରାଇଭର ସହ ବସ୍‌ ରେ ଥିବା ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଜାରି ହୋଇଛି । ସମ୍ବଲପୁରରୁ ପିକ୍‌ନିକ ସାରି ବଡ଼ଚଣା ଫେରିବା ବେଳେ ଦୁର୍ଘଟଣା ହୋଇଛି ।

ତେବେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ୧୪୯ ନମ୍ବର ଜାତୀୟ ରାଜପଥ ଭେଜିଆ ଛକ ନିକଟରେ ବସ୍‌ ଓଭରଟେକ୍‌ କରୁଥିବା ବେଳେ ଦୁର୍ଘଟଣା ହୋଇଛି ।

bus accident

ସୂଚନା ଅନୁସାରେ, ସମ୍ବଲପୁରରୁ ପିକନିକ ସାରି ବଡଚଣା ଫେରୁଥିଟା ପିକନିକ ବସଟି ଭାରସ୍ୟାମ ହରାଇ ଭେଜିଆ ଛକରେ ଥିବା ଏକ ହାଇୱାକୁ ଧକ୍କା ଦେଇଥିଲା । ପରେ ବସକୁ ପଛପଟୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ବସ୍ ରେ ମୋଟ ୩୮ଜଣ ଲୋକ ଥିଲେ ।

ଦୁର୍ଘଟଣାରେ ଉଭୟ ଗାଡିର ଡ୍ରାଇଭର କୁ ମିଶାଇ ମୋଟ ୪୦ ଜଣ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତ ମାନଙ୍କୁ ଉଦ୍ଧାର କରି ତାଳଚେର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେଥିମଧ୍ୟରୁ ୨ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଘନ କୁହୁଡି କାରଣରୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଆହତ ମାନଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ । ସମ୍ବଲପୁରରୁ ପିକନିକ ସାରି ବଡ଼ଚଣା ଫେରିବା ବେଳେ ଦୁର୍ଘଟଣା ଘଟିଥିବା ପୋଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+