ପିକଅପ୍ ଭ୍ୟାନ୍ ଓଲଟି ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସରେ ଅଘଟଣ। ସରଣ୍ଡା ଜୋନସ୍ତରୀୟ ସାଧାରଣତନ୍ତ୍ର ଦିବସର ପ୍ୟାରେଡରେ ଭାଗ ନେବା ପାଇଁ କଟକ ଜିଲ୍ଲା ମାଳବିହାରୀପୁର ହାଇସ୍କୁଲର ଛାତ୍ରଛାତ୍ରୀ ଯାଉଥିଲେ । ହେଲେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପିକଅପ୍ ଭ୍ୟାନ୍ ପରେଡ ପଡିଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଙ୍କୀ ଥାନା ସରଣ୍ଡା ବିଟହାଉସ ନିକଟ ମାଳବିହାରପୁର ଗାଁ ରାସ୍ତାରେ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ଓ ୨୩ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

mohancharanmajhi

ମୃତକ ହେଲେ ଛାତ୍ର ସୌମ୍ୟ ରଞ୍ଜନ ବେହେରା । ୨୩ଜଣ ଆହତ ହୋଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଏହି ଦୁଃଖଦ ଘଟଣାରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରେଡକ୍ରସ ପାଣ୍ଠିରୁ ମୃତ ଛାତ୍ରଙ୍କ ପରିବାର ପାଇଁ ୨୫ ହଜାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ମୃତ ଛାତ୍ରଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ଓ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+