ବରଯାତ୍ରୀ ହେଲା ଶେଷ ଯାତ୍ରା, ବ୍ରିଜ ତଳକୁ ଖସିଲା ପିକ୍ଅପ୍ ଭ୍ୟାନ ୨ ମୃତ, ୧୨ ଆହତ

ପୁଣି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ। ଦୁଇ ମୃତ ୧୨ ଆହତ । ବ୍ରିଜରୁ ତଳକୁ ଭାରସାମ୍ୟ ହରାଇ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ରହିଛି।

accident

ଦଳପୁର ଅଞ୍ଚଳର ୨୦ରୁ ଅଧିକ ଲୋକ ଏକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିକୁ ଯୋଗଦେବାକୁ ଯାଉଥିଲେ। ଦିନ ପ୍ରାୟ ୧୨ ସମୟରେ ଖଟଲାପଦର ବ୍ରିଜ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୧୨ଜଣ ବରଯାତ୍ରୀ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଡ୍ରାଇଭର ନିଶାସକ୍ତ ଥିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥବା ସୂଚନା ମିଳିଛି ା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+