Get Updates
Get notified of breaking news, exclusive insights, and must-see stories!

ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ

ଶ୍ରୀଜିଉଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ଗଲା ଫୁଲୁରୀ ତେଲ। ଆଜି ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯିବ। ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଇବେ। ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ଯାଇଛି। ଯାହାକୁ ପତି ମହାପାତ୍ର ସଂସ୍କାର କରିବା ପରେ ମାଲିସ୍‌ କରାଯିବ।

ଓଡ଼ିଆ ମଠ ପକ୍ଷରୁ ଫୁଲରୀ ତେଲ ପ୍ରଦାନ କରାଯାଇଥାଏ। ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ। ପରେ ସେଥିରେ ଔଷଧୀୟ ଦ୍ରବ୍ୟ ସହ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ। ଏହି ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ। ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଇଥାଏ। ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ।

Phuluri Tela lagi Ritual

ପରେ ସେହି ଫୁଲରୀ ତେଲକୁ ଶ୍ରୀମନ୍ଦିର ଭିତରକୁ ପଠାଯାଇଥାଏ। ସେଥିରେ ମହାପ୍ରଭୁ ମାଲିସ ହୋଇଥାଆନ୍ତି। ଏହି ତେଲ୍‌ରେ ମାଲିସ୍‌ ହେବା ପରେ ମହାପ୍ରଭୁ ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଗତ ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳ ଲାଗି ପରେ ମହାପ୍ରଭୁ ଜ୍ୱରରେ ପଡ଼ିଥାନ୍ତି। ତେଣୁ ୧୫ ଦିନ ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ ଗୁପ୍ତ ସେବା କରିଥାନ୍ତି ଦଇତାପତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+