ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଅନବସରର ପଞ୍ଚମୀ ତିଥି। ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହୋଇଛି ଫୁଲୁରୀ ତେଲ ।

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଅନବସରର ପଞ୍ଚମୀ ତିଥି। ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହୋଇଛି ଫୁଲୁରୀ ତେଲ । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯାଇଛି। ପୁରୀ ବଡ଼ ଓଡ଼ିଆ ମଠରେ ଏହା ପ୍ରସ୍ତୁତ କରାଯାଇଛି।

Phuluri Oil

ଆୟୁର୍ବେଦୀୟ ଉପଚାରରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି । ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା ।

ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ନେଇ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି ।

ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ ବୋଲି ବିଶ୍ୱସ ରହିଛି। ସେପଟେ ଶ୍ରୀଜିଉଙ୍କ ପାଇଁ ପୁରୀ ଜିଲ୍ଲା ପ୍ରାଚୀନଦୀ ତଟ କାକଟପୁର ଅଞ୍ଚଳର ମାଧବ ମନ୍ଦିର, ଦେଉଳି ମଠ, ବିଶ୍ଵାମିତ୍ର ଆଶ୍ରମ, ବିଭିନ୍ନ ଭକ୍ତ ଏବଂ କଟକ ନିଆଳି ଅଞ୍ଚଳର ମାଧବାନନ୍ଦ ଜୀଉ ମନ୍ଦିରରୁ ଶ୍ରୀମନ୍ଦିରକୁ ଫଳଭାର ପଠାଯାଇଛି। ଖଜୁରୀ, ଆମ୍ବ, ପଣସ, କଦଳୀ, ସପୁରୀ, ନଡିଆ, ପଇଡ, ଡାଳିମ୍ବ, ପିଜୁଳି ଆଦି ଫଳଭାର ଶ୍ରୀମନ୍ଦିରରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+