ରାଜ୍ୟରେ ଫୁଲବାଣୀ, ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା; ତାପମାତ୍ରା ୬ ଡିଗ୍ରୀ
ଆଗାମୀ ୭ଦିନ ଯାଏ ମଞ୍ଜ ଥରାଇବ ହାଡ଼ଭଙ୍ଗା ଶୀତ । ଦେଶର ଉତ୍ତର ଭାଗରେ ପଶ୍ଚିମାଝଡ଼ ସତ୍ତ୍ବେ ଓଡ଼ିଶାରେ ଶୀତଲହରୀ ଜାରି ରହିଛି । ଗତ ୨୪ ଘଣ୍ଟାରେ ଫୁଲବାଣୀ ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୬ ଡିଗ୍ରୀ କମ ରହିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ- ଦକ୍ଷିଣ ଉପକୂଳ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ କମ ରେକର୍ଡ ହୋଇଛି ।

ଅଧିକାଂଶ ସ୍ଥାନରେ କୁହୁଡ଼ି ଓ ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିଛି । ରାଉରକେଲାରେ ଘନ କୁହୁଡି ପାଇଁ ଦୃଶ୍ୟମାନ କ୍ଷମତା ୫୦ ମିଟରକୁ ହ୍ରାସ ପାଇଛି । ରାଜ୍ୟରେ ପାଗ ଶୁଖିଲା ଥିଲେ ବି ଆସନ୍ତା ସାତ ଦିନ ଯାଏ ଶୀତର ପ୍ରକୋପ ଜାରି ରହିବ। ଶୀତ ସହ ବଢ଼ିବ କୁହୁଡ଼ି । ଆସନ୍ତାକାଲି ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଜ୍ୟରେ ଫୁଲବାଣୀ, ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା; ତାପମାତ୍ରା ୬ ଡିଗ୍ରୀ,କୋରାପୁଟ ୬.୮, ନବରଙ୍ଗପୁର ୯, ଭବାନୀପାଟଣା ୯.୨ ଡିଗ୍ରୀ, ଅନୁଗୁଳ ୯.୬, ବୌଦ୍ଧ ୯.୭, ଝାରସୁଗୁଡ଼ା ୯.୮ ଡିଗ୍ରୀ
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications