ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍ ମିଡିଆରେ ଭାଇରାଲ୍
ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । । ଶୁଭ୍ରାଂଶୁ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଅପଲୋଡ଼ କରି ନିଜ ଆକାଉଣ୍ଟକୁ ପ୍ରାଇଭେଟ୍ କରି ଦେଇଛନ୍ତି । କେତେବେଳେ ଡ୍ରୋନ କ୍ୟାମେରା ତ ପୁଣି କେତେବେଳେ ହିଡେନ ସ୍ପାଏ କ୍ୟାମେରା ବ୍ୟବହାର କରି ଶ୍ରୀମନ୍ଦିର ଭିତର ବେଢା ଓ ବାହାର ବେଢା ଫଟୋ ଓ ଭିଡ଼ିଓ ଭାଇରାଲ୍ ହେଉଛି ।

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ବା ଆଣ୍ଡ୍ରଏଡ ଫୋନ୍ ନେବା ଉପରେ କଟକଣା ଥିବା ବେଳେ ଅଧିକାଂଶ ସମୟରେ ଶ୍ରୀମନ୍ଦିର ଭିତରକୁ ଆବଦ୍ଧ ସ୍ମାର୍ଟ ଫୋନ୍ ଯାଇ ପରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହା ଢିଲା ସୁରକ୍ଷା ବ୍ୟବସ୍ଥା ସହ ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।












Click it and Unblock the Notifications