ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣା; ଆଇନ ମନ୍ତ୍ରୀ କହିଲେ କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର'
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି । ପୁରୁଣା ଆଇନରେ ଅନେକଗୁଡ଼ିଏ ଦଣ୍ଡବିଧାନର ପ୍ରାବଧାନ ଅଛି । ସେଥିରେ କିଛିଟା ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମନ୍ଦିର ଭିତରେ ଫଟୋ ଉଠା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରକ୍ରିୟା ଚାଲିଛି' ।

ବେଶ କିଛିଦନ ନୀରବତା ପରେ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ। ସୋସିଆଲ ମିଡିଆରେ ଆଶୀର୍ବାଦ ନାମକ ଜଣେ ବ୍ୟକ୍ତି କରିଛନ୍ତି ଭାଇରାଲ। ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ହୋଇଛି ଭାଇରାଲ । ଅତି ନିକଟରୁ ଫଟୋ ନିଆଯାଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ କିଭଳି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇଛନ୍ତି ତାହାର ତଦନ୍ତ ନିହାତି ଜରୁରୀ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।












Click it and Unblock the Notifications