କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ଫୁଲବାଣୀର ତୁଳା ବେହେରାଙ୍କ ଫଟୋ

ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ଏହାକୁ ଦେଖି ତୁଳା ବେହେରା ଖୁସିବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

tula behera

ତୁଳା ଭିକ୍ଷାବୃତ୍ତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଏକ ଆଲୋଚନାର ଖବର ହୋଇଥିବା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଷ୍ଟାଡ଼ିୟମ୍‌‌ ଠାରେ ଆୟୋଜିତ ନିର୍ବାଚନ ସଭାରେ ନିଜେ ପ୍ରଧାନମନ୍ତ୍ରୀ ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯାହାକି ସେହି ସମୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରଧାନମନ୍ତ୍ରୀ ତୁଳାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମନ୍ଦିରକୁ ଦାନପରେ ମନ୍ଦିର କମିଟି ପକ୍ଷରୁ ତୁଳାଙ୍କ ପାଇଁ ମନ୍ଦିର ପରିସରରେ ଏକ ଗୃହ ମଧ୍ୟରେ ରହିବାର ବ୍ୟବସ୍ଥା କରିଥିବା ବେଳେ ତୁଳା ସହରର ସମସ୍ତ ଭିକାରୀ ଓ ନିରାଶ୍ରଙ୍କ ପାଇଁ ସମସ୍ତ ସୁବିଧା ଥାଇ ଗୃହ ନିର୍ମାଣ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+