ପିପିଲିରେ ବିଷମ ସ୍ଥିତି, ବିଧାୟକ ସ୍ଵାମୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ସ୍ତ୍ରୀ
ରୋଚକ ମୋଡରେ ପିପିଲି ରାଜନୀତି । ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ସ୍ବାମୀ ଓ ସ୍ତ୍ରୀ। ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡିରୁ ଟିକେଟ ପାଇଛନ୍ତି । ଅନ୍ୟପଟେ ତାଙ୍କ ସ୍ତ୍ରୀ ଜାଗୃତି ପଣ୍ଡା ଏବେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ବୋଲି ନିଶ୍ଚିତ ହୋଇଛି। ଜାଗୃତି ସ୍ବାଧୀନ ଭାବେ ପିପିଲି ନିର୍ବାଚନମଣ୍ଡଳୀରୁ ଲଢ଼ିବେ। ଏଥିଲାଗି ସେ ସୋମବାର ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ରୁଦ୍ର ଗତ ୩ ତାରିଖରେ ନାମାଙ୍କନ ଭରିଥିଲେ।

ଚଳିତ ନିର୍ବାଚନରେ ରାଜ୍ୟର କିଛି ସ୍ଥାନରେ ସ୍ବାମୀ ଏବଂ ସ୍ତ୍ରୀ ଭିନ୍ନ ଭିନ୍ନ ଆସନରୁ ଲଢ଼ୁଥିବା ବେଳେ ପ୍ରଥମ ଥର ପାଇଁ ଓଡ଼ିଶାର ସମାନ ନିର୍ବାଚନମଣ୍ଡଳୀରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ତେବେ କେଉଁ କାରଣରୁ ସ୍ବାମୀଙ୍କ ବିରୋଧରେ ନିର୍ବାଚନକୁ ଓହ୍ଲାଇଛନ୍ତି ସେନେଇ ଜାଗୃତି ସ୍ପଷ୍ଟ କରିନାହାନ୍ତି। ମାତ୍ର ଏ ନେଇ ରୁଦ୍ର କହିଛନ୍ତି ଯେ, ଜାଗୃତିଙ୍କ ଦ୍ୱାରା ନିର୍ବଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାରେ କୌଣସି ଅସୁବିଧା ନାହିଁ ଏବଂ ଏଥିରେ କୌଣସି କ୍ଷତି ହେବନାହିଁ।
ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର(୩୫) ବିଜେଡି ବିଧାୟକ ଅଛନ୍ତି। ତାଙ୍କ ବାପା ପ୍ରଦୀପଙ୍କ ଦେହାନ୍ତ ପରେ ଏପ୍ରିଲ ୨୦୨୧ରେ ଉପନିର୍ବଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ରୁଦ୍ର ବିଜେତାହେଇଥିଲେ। ଏବେ ଆଗାମୀ ନିର୍ବାଚନରେ ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ପିପିଲି ଆସନ ଲାଗି ଆସନ୍ତା ୨୫ ତାରିଖରେ ମତଦାନ କରାଯିବ।












Click it and Unblock the Notifications