ପିଜିଆଇ- ୨.୦ ରିପୋର୍ଟ: ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ, ଦୁଇ ଅଙ୍କ ଛୁଇଁ ପାରିଲେନି ୧୯ ଜିଲ୍ଲା

ଭୁବନେଶ୍ବର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଦୁଇଦିନ ତଳେ ପ୍ରକାଶ ପାଇଛି ମାନକ ସୂଚକାଙ୍କ(ପିଜିଆଇ) । ଏଥରେ ଓଡ଼ିଶାକୁ ମାତ୍ର ୫୧୭.୧ ସ୍କୋର କରି ୧୦ମ ସ୍ଥାନରୁ ସ୍ଥାନ ୨୪କୁ ଖସିଆସିଛି । ସେହିପରି ଡିଜିଟାଲ ଶିକ୍ଷାରେ ମଧ୍ୟ ଓଡ଼ିଶା ନୈରାଶ୍ୟଜନକ ପ୍ରଦର୍ଶନ କରିଛି ।

୫୦ ମାର୍କ ମଧ୍ୟରୁ ମାତ୍ର ଓଡିଶାର ୧୧ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଛନ୍ତି । ବାକି ୧୯ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ତେବେ ଖୋର୍ଦ୍ଧା ୧୫, କଟକ ୧୫, ନୟାଗଡ଼ ୧୪, ଭଦ୍ରକ ୧୩, ଯାଜପୁର ୧୪, ସୁନ୍ଦରଗଡ଼ ୧୫, ସମ୍ବଲପୁର ୧୦, ବରଗଡ଼ ୧୨, ଝାରସୁଗୁଡ଼ା ୧୧, କେନ୍ଦ୍ରାପଡ଼ା ୧୩, ଗଞ୍ଜାମ ୧୪ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ପଛରେ ପଡ଼ିଛନ୍ତି । ପରିଚାଳନା ପ୍ରକ୍ରିୟା ପାଇଁ ସମସ୍ତ ଜିଲ୍ଲାକୁ ୫୦ରୁ ଅଧିକ ସ୍କୋର ମିଳିଛି ।

PGI 2.0 Report

ସୂଚନ‌ାଯୋଗ୍ୟ ଯେ ପିଜିଆଇ-ଡି ମାଧ୍ୟମରେ ଜିଲ୍ଲାସ୍ତରରେ ବିସ୍ତୃତ ବିଶ୍ଳେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ । ୧୪.୯ ଲକ୍ଷ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬.୫ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା ।

ତେବେ ୨୦୨୦-୨୧ ଏବଂ ୨୦୨୧-୨୦୨୨ ଶିକ୍ଷାବର୍ଷ ନିମନ୍ତେ ଜିଲ୍ଲାମାନଙ୍କର ପ୍ରଦର୍ଶନମାନକ ସୂଚକାଙ୍କରେ ଓଡ଼ିଶାର ୨୫ଟି ଜିଲ୍ଲାର ପ୍ରଦର୍ଶନ ହ୍ରାସ ପାଇଥିବା ବେଳେ ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି ।

ଅନ୍ୟପଟେ ଓଡ଼ିଶାର ଏହି ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟରେ ରାଜନୈତିକ ବାତାବରଣ ଏବେ ବି ଉଷ୍ମ ରହିଛି । କେନ୍ଦ୍ର ନେତୃତ୍ବାଧୀନ ବିଜେପି ଓ ରାଜ୍ୟର ବିଜେଡି ନେତାମାନଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଛି । ବର୍ଷକରେ ୧୦ମ ସ୍ଥାନରୁ ଓଡ଼ିଶାର ସ୍ଥାନ ୨୪କୁ କିପରି ଚାଲିଗଲା, ଏନେଇ ପ୍ରଶ୍ନ ଉଠିଛି । ଓଡ଼ିଶାଠାରୁ ଦୁର୍ବଳ ରାଜ୍ୟ ଉନ୍ନତ ପ୍ରଦର୍ଶନ କରି ଉପରକୁ ଉଠିଥିବାବେଳେ ଓଡ଼ିଶା କାହିଁକି ତଳକୁ ଖସିଲା, ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ତେବେ ସରକାରୀ ଭାବେ ନହେଲେ ମଧ୍ୟ ଅଣଆନୁଷ୍ଠାନିକ ଭାବେ ଏହି ରିପୋର୍ଟକୁ ଓଡ଼ିଶା ଏକପ୍ରକାର ଖଣ୍ଡନ କରିଛି ।

ପ୍ରକାଶିତ ପିଜିଆଇ ୨୦୨୧-୨୨ ରିପୋର୍ଟରେ ତଥ୍ୟର ଭୁଲ୍ ପରିଚାଳନା, ଭୁଲ୍ ସୂଚନା ପାଇଁ ଓଡ଼ିଶାର ସ୍ଥାନ ତଳେ ରହିଛି । ମୋ-ସ୍କୁଲ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରି ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରୁଥିବାବେଳେ ଶିକ୍ଷା ମନ୍ତ୍ରାଳୟ ଏହାକୁ ନଜର ଦେଇନି । ବିଦ୍ୟାଞ୍ଜଳି ପୋର୍ଟାଲ ଉତ୍ସ ଆଧାରରେ ଦୁର୍ବଳ ସ୍କୋର ଓଡ଼ିଶାର ପିଜିଆଇ ସୂଚକାଙ୍କକୁ ପ୍ରଭାବିତ କରିଛି ବୋଲି ଅଭିଯୋଗ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+