ଏଣିକି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ଫାଇଜର ଓ ମଡର୍ଣ୍ଣା
ଏଣିକି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ କରୋନା ଟିକା ଫାଇଜର ଓ ମଡର୍ଣ୍ଣା । ଏନେଇ ନିୟମର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।
ଭୁବନେଶ୍ୱର: ଏଣିକି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ କରୋନା ଟିକା ଫାଇଜର ଓ ମଡର୍ଣ୍ଣା । ଏନେଇ ନିୟମର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୪ ତାରିଖରୁ ପୁଣି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।

ସୂଚନାଥାଉ କି, ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଆଜି ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ । କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୁଚନା ମିଳିଛି ।
ଫଳରେ ଏହି ସମସ୍ୟାକୁ ସମାଧାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ନବ ଦାସ । । ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ସେମାନଙ୍କଠାରୁ ଓଡ଼ିଶା ପାଇଁ ଟିକା କିଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ। ପ୍ରତିବଦଳରେ ଟିକା କିଣାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବେ ବୋଲି ଉଲ୍ଳେଖ କରିଛନ୍ତି।












Click it and Unblock the Notifications