Petrol Rate: ଓଡ଼ିଶାର ୯ଟି ସ୍ଥାନରେ କମିବ ତେଲ ଦର; ଆପଣଙ୍କ ସ୍ଥାନରେ କମିବ କି ଦର?

ଓଡ଼ିଶାର ୯ଟି ସ୍ଥାନରେ କମିବ ତେଲ ଦର। କେନ୍ଦ୍ର ପକ୍ଷରୁ ନିଆଯାଇଛି ଏଭଳି ବଡ଼ ନିଷ୍ପତ୍ତି । ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ସ୍ଥାନ ଏହାର ଲାଭ ପାଇବେ । ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ। କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଓଡ଼ିଶାର ୯ଟି ସ୍ଥାନରେ ପେଟ୍ରୋଲ ଓ ଡିଜେଲ୍ ଦର କମିବ।

ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ଏହାର ଲାଭ ମିଳିବ । ଏପରିକି କେଉଁଠି କେତେ ଟଙ୍କା କମିବ, ସେନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Petrol Rate

କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା, ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ହୋଇଛି । ସେହିପରି କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା, ଡିଜେଲ୍ ୪ ଟଙ୍କା ୩୨ ପଇସା କମିବ ।

ସେହିପରି ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା, ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା, ଡିଜେଲ୍ ୩ ଟଙ୍କା ୫୨ ପଇସା, ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା, ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା, ଡିଜେଲ୍ ୩ ଟଙ୍କା ୪୦ ପଇସା କମିବ ।

ସେପଟେ ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା, ଡିଜେଲ୍ ୩ ଟଙ୍କା ୩୩ ପଇସା, ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା, ଡିଜେଲ୍ ୩ ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୮ ପଇସା ହ୍ରାସ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+