ରାଜଧାନୀରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର, ମାଲକାନଗିରିରେ ସର୍ବାଧିକ ୧୦୬
ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ଏହା ୧୦୦ ଟଙ୍କା ଅତିକ୍ରମ କରିଛି।
ଭୁବନେଶ୍ବର: ସ୍ମାର୍ଟସିଟିରେ ଏବେ ସ୍ମାର୍ଟରେଟ୍ । ଏଥର ସେଞ୍ଜୁରୀ ପାର୍ । ରାଜଧାନୀ ଭୁବନେଶ୍ୱରରେ ୧୦୦ ଟଙ୍କା ଟପିଛି ପେଟ୍ରୋଲ ଦର । ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କା ଟପିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ଏହା ୧୦୦ ଟଙ୍କା ଅତିକ୍ରମ କରିଛି। ଏହା ପୂର୍ବରୁ ରାଜ୍ୟର ପ୍ରଥମ ସ୍ଥାନ ଭାବେ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଥିଲା। ଆଉ ଆଜି ସେଠାରେ ସର୍ବାଧିକ ୧୦୬ ଟଙ୍କାର ରହିଛି ପେଟ୍ରୋଲ ଦର ।

ଆଜି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି। ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି। ସେହିପରି କଟକ ଓ ସମ୍ବଲପୁରରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। କଟକରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି।
ତୈଳ ଦର ବଢୁଥିବା ବେଳେ ରାଜ୍ୟରେ ଗୁରୁବାର (ଗତକାଲି) ଠାରୁ ବସ୍ ଭଡ଼ା ମଧ୍ୟ ବଢ଼ିଛି। ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ ବସ୍ର ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା ବଢ଼ିଛି। ସେହିଭଳି ସୁପର ପ୍ରିମିୟମ୍ ବସ୍ର ଭଡ଼ା କିଲୋମିଟର ପିଛା ୧୨ ପଇସା ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ, ରାଜ୍ୟର ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି। ଗତକାଲି ଠାରୁ ଏହି ସବୁ ଜିଲ୍ଲା ବସ୍ ଗଢ଼ିଲାଣି।












Click it and Unblock the Notifications