ରାଜ୍ୟର ସବୁ ଜିଲ୍ଲାରେ ୧୦୦ ପାର୍ ପେଟ୍ରୋଲ ଦର, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା...
ଆଜି ରାଜ୍ୟର ସବୁ ଜିଲ୍ଲାରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦାମ । ସେହିପରି ୬ଟି ଜିଲ୍ଲାରେ ମଧ୍ୟ ୧୦୦ ଟଙ୍କା ପରେ ରହିଛି ଡିଜେଲ ଦର ।
ଭୁବନେଶ୍ୱର: ମହଙ୍ଗା ମାଡରେ ନିଆଁରେ ଘିଅ ଢାଳୁଛି ପେଟ୍ରୋଲ ଓ ଡିଜେଲ ଦର । ମହାମାରୀରେ ଅର୍ଥନୀତି ଭୁସୁଡିବା ପରିସ୍ଥିତି ବେଳେ ପକଟେ ଫାଙ୍କା କରି ଦେଉଛି ପେଟ୍ରୋଲ । ଆଜି ରାଜ୍ୟର ସବୁ ଜିଲ୍ଲାରେ ୧୦୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦାମ । ସେହିପରି ୬ଟି ଜିଲ୍ଲାରେ ମଧ୍ୟ ୧୦୦ ଟଙ୍କା ପରେ ରହିଛି ଡିଜେଲ ଦର ।

ରାଜ୍ୟରେ ପେଟ୍ରୋଲର ସର୍ବାଧିକ ଲିଟର ପିଛା ଦର ୧୦୫ ଟଙ୍କା ୩୭ ପଇସା ମାଲକାନଗିରିରେ ରହିଛି । ଟ୍ୱିନ୍ ସିଟି ସମେତ ଅନ୍ୟ ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କା ଉପରେ ରହିଛି । ସେହିଭଳି ରାଜ୍ୟର ୬ ଜିଲ୍ଲାରେ ଡିଜେଲ୍ ଦର ମଧ୍ୟ ଶହେ ଟଙ୍କା ଉପରେ ରହିଛି ।
ନଜର ପକାନ୍ତୁ, କେଉଁ ଜିଲ୍ଲାରେ କେତେ ରହିଛି ପେଟ୍ରୋଲ ଦର:
- ସହର ପେଟ୍ରୋଲ ମୂଲ୍ୟ
- ଅନୁଗୁଳ ୧୦୧ ଟଙ୍କା ୯୨ ପଇସା
- ବାଲେଶ୍ୱର ୧୦୧ ଟଙ୍କା ୩୪ ପଇସା
- ବରଗଡ଼ ୧୦୧ ଟଙ୍କା ୫୮ ପଇସା
- ଭଦ୍ରକ ୧୦୧ ଟଙ୍କା ୨୭ ପଇସା
- ଭୁବନେଶ୍ୱର ୧୦୦ ଟଙ୍କା ୬୬ ପଇସା
- ବଲାଙ୍ଗିର ୧୦୨ ଟଙ୍କା ୦୭ ପଇସା
- ବୌଦ୍ଧ ୧୦୨ ଟଙ୍କା ୦୭ ପଇସା
- କଟକ ୧୦୦ ଟଙ୍କା ୯୮ ପଇସା
- ଦେବଗଡ଼ ୧୦୧ ଟଙ୍କା ୩୯ ପଇସା
- ଢେଙ୍କାନାଳ ୧୦୧ ଟଙ୍କା ୩୮ ପଇସା
- ଗଜପତି ୧୦୨ ଟଙ୍କା ୯୧ ପଇସା
- ଗଞ୍ଜାମ ୧୦୧ ଟଙ୍କା ୭୮ ପଇସା
- ଜଗତସିଂହପୁର ୧୦୦ ଟଙ୍କା ୫୫ ପଇସା
- ଯାଜପୁର ୧୦୦ ଟଙ୍କା ୯୫ ପଇସା
- ଝାରସୁଗୁଡ଼ା ୧୦୦ ଟଙ୍କା ୬୨ ପଇସା
- କଳାହାଣ୍ଡି ୧୦୪ ଟଙ୍କା ୧୦ ପଇସା
- କନ୍ଧମାଳ ୧୦୨ ଟଙ୍କା ୨୦ ପଇସା
- କେନ୍ଦ୍ରାପଡ଼ା ୧୦୦ ଟଙ୍କା ୬୫ ପଇସା
- କେନ୍ଦୁଝର ୧୦୨ ଟଙ୍କା ୬୮ ପଇସା
- ଖୋର୍ଦ୍ଧା ୧୦୦ ଟଙ୍କା ୬୬ ପଇସା
- କୋରାପୁଟ ୧୦୫ ଟଙ୍କା ୨୭ ପଇସା
- ମାଲକାନଗିରି ୧୦୫ ଟଙ୍କା ୭୩ ପଇସା
- ମୟୂରଭଞ୍ଜ ୧୦୧ ଟଙ୍କା ୦୮ ପଇସା
- ନବରଙ୍ଗପୁର ୧୦୪ ଟଙ୍କା ୮୫ ପଇସା
- ନୟାଗଡ଼ ୧୦୧ ଟଙ୍କା ୦୬ ପଇସା
- ନୂଆପଡ଼ା ୧୦୩ ଟଙ୍କା ୩୫ ପଇସା
- ପୁରୀ ୧୦୦ ଟଙ୍କା ୮୮ ପଇସା
- ରାୟଗଡ଼ା ୧୦୪ ଟଙ୍କା ୩୨ ପଇସା
- ସମ୍ବଲପୁର ୧୦୧ ଟଙ୍କା ୯୪ ପଇସା
- ସୋନପୁର ୧୦୧ ଟଙ୍କା ୯୨ ପଇସା
- ସୁନ୍ଦରଗଡ଼ ୧୦୧ ଟଙ୍କା ୧୮ ପଇସା












Click it and Unblock the Notifications