ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ; ୮୪ ପ୍ରତିଶତ ମାମଲା ହେଲାଣି ସମାଧାନ
ଏବେ ସୁଦ୍ଧା ୮ହଜାର ୭ଶହ ୩୭ଟି ଅଭିଯୋଗ ପଞ୍ଜିକରଣ ହୋଇଥିବାବେଳେ ସେଥିରୁ ୭ହଜାର ୩ଶହ ୩୧ଟି ଅଭିଯୋଗର ସମାଧାନ ହୋଇଛି । ୮୪ ପ୍ରତିଶତ ଅଭିଯୋଗ ସମାଧାନ କରିବାରେ ସଫଳ ହୋଇଛନ୍ତି ସରକାର । ବାକି ଥିବା ସମସ୍ୟା ଖୁବ ଶୀଘ୍ର ସମସ୍ୟା ହେବ । ସରକାର ଲୋକଙ୍କ ସହ ଅଛନ୍ତି । ସୋମବାର ନବମ ଜନଶୁଣାଣି କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେଉଁମାନେ ଦୁଃଖୀ, ସମସ୍ୟାରେ ଜର୍ଜରିତ ସେମାନେ ଯେତେବେଳେ ଶୋଷଣ ହେଉଛନ୍ତି, ଭରସା ଆଶା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି ସେମାନଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଉଛି ।
କିଛି ପୀଡିତଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଦିଆଯାଇଛି । ଆଜି ୪ ଜଣଙ୍କୁ ଅର୍ଥ ମଞ୍ଜୁରୀ ହୋଇଛି । ପୁରୀର ହେମନ୍ତ ସାହୁ, ଖୋର୍ଦ୍ଧାର ବିଚିତ୍ର ପାଇକରାୟ, ଗଜପତି ରଶ୍ମିତା ନାୟକଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ ହୋଇଛି। ସେହିପରି ବାଲେଶ୍ବରର ବୋନ୍ମ୍ୟାରୋ ରୋଗରେ ପୀଡିତ ଥିବା ହାଜିରା ବିବିଙ୍କୁ ୩ ଲକ୍ଷ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏବେ ନିରନ୍ତର ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର ୭ ଜଣ ସଦସ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଥିଲେ । କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ । ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମ ସନ୍ତୋଷର ଚିହ୍ନ ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ଅଷ୍ଟମ ପାଳି ସୁଦ୍ଧା ଗ୍ରହଣ କରାଯାଇଥିବା ୮୭୩୭ଟି ଅଭିଯୋଗ ମଧ୍ୟରୁ ୭୩୩୧ଟି ଅଭିଯୋଗର ସମାଧାନ କରାଯାଇଛି । ଯାହା ଶତକଡ଼ା ୮୪ ପ୍ରତିଶତ ଅଟେ । ବକେୟା ଅଭିଯୋଗ ଗୁଡ଼ିକ ପ୍ରୋସେସରେ ରହିଛି ।












Click it and Unblock the Notifications