ବିଜେଡିକୁ ଆଉ ଲୋକେ ଗ୍ରହଣ କରିବେ ନାହିଁ; ବିଜେପି ନେତା ସମୀର ଦାସ
ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ। ସେ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି ବାଧ୍ୟବାଧ୍ୟକତା। ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି। ପ୍ରବଳ ଅହଙ୍କାର ପାଇଁ ବିଜେଡିର ବିପର୍ଯ୍ୟୟ ଘଟିଛି। ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସମସ୍ତେ ଦଳକୁ ଫେରୁଛନ୍ତି। ଏଭଳି କଲେ ବି ଦଳର କିଛି ଲାଭ ହେବ ନାହିଁ। ଆଉ ବିଜେଡିକୁ ଲୋକେ ଗ୍ରହଣ କରିବେ ନାହିଁ।

ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି ବାଧ୍ୟବାଧ୍ୟକତା। ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି। ପ୍ରବଳ ଅହଙ୍କାର ପାଇଁ ବିଜେଡିର ବିପର୍ଯ୍ୟୟ ଘଟିଛି। ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସମସ୍ତେ ଦଳକୁ ଫେରୁଛନ୍ତି। ଏଭଳି କଲେ ବି ଦଳର କିଛି ଲାଭ ହେବ ନାହିଁ। ଆଉ ବିଜେଡିକୁ ଲୋକେ ଗ୍ରହଣ କରିବେ ନାହିଁ।
ସୂଚନାଯୋଗ୍ୟ, ତତକାଳୀନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମ୍ପର୍କରେ କୁହାଯାଇଥିଲା, ସେ ନିଗମାନନ୍ଦ ଆସୋସିଏଟ୍ସ୍ର ମ୍ୟାନେଜିଂ ପାର୍ଟନର୍ ଥିଲା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡିକୁ ହଡ଼ପ କରିଥିଲେ, ଯାହାର ପରିମାଣ ୩ କୋଟି ଟଙ୍କାରୁ ଅଧିକ।












Click it and Unblock the Notifications