ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା; ଲୋକେ ଭୟଭୀତ, ଆକାଶ ଧୂଆଁମୟ
ପ୍ରଚଣ୍ଡ ଶବ୍ଦରେ ଥରିଲା କୋଇଡା । ଦୁଇ ଦୁଇ ଥର ପ୍ରଚଣ୍ଡ ଶବ୍ଦରେ ପ୍ରକମ୍ପିତ ହେଲା ପୁରା ଏରିଆ । ଆଉ ଶବ୍ଦ ଏତେ ତୀବ୍ର ଥିଲା ଯେ, ଭୟରେ ଲୋକେ ଘର ବାହାରୁ ଚାଲି ଆସିଲେ ।
ସୂଚନା ଅନୁସାରେ, କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି । ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲା। ତେବେ ଏହି ଶବ୍ଦର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେତେକ ଲୋକ ୨ଟି ଜେଟ୍ ବିମାନ ଯିବା ଫଳରେ ଶବ୍ଦ ହୋଇଥିବା କହୁଥିବା ବେଳେ କେତେକ ମୃଦୁ ଭୂକମ୍ପ ହୋଇଥିବା କହୁଛନ୍ତି ।
ଏହି ଶବ୍ଦ ପାଖାପାଖି ୧୦ ମିନିଟ୍ ଧରି ଅନୁଭୂତ ହୋଇଥିଲା । ଏଥି ସହ ଆକାଶରେ ଧୂଆଁ ଭଳି ଦେଖିବାକୁ ମିଳିଥିଲା । ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକେ ଆତଙ୍କିତ ହୋଇ ପଡିଥିଲେ ।

ତେବେ ପ୍ରଚଣ୍ଡ ଶବ୍ଦ ପଛର କାରଣ କଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ । କୋଇଡା ସମେତ ଟେନସା, ବଣାଇଁ, ଗୁଆଲି, ବଡବିଲରେ ମଧ୍ୟ ଏହି ଶବ୍ଦ ଶୁଣାଯାଇଛି । ଏହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।












Click it and Unblock the Notifications